logo
add image
ମିଲ୍କ ମୁଁ କ୍ଷୀର କମ୍ପାନୀ ନାମରେ ଗୁରୁତର ଅଭିଯୋଗ: କ୍ଷୀରରେ ଲୁଗା ସଫା ପାଉଡର ଭଳି ଦୁର୍ଗନ୍ଧ ବାହାରୁଛି

ମିଲ୍କ ମୁଁ କ୍ଷୀର କମ୍ପାନୀ ନାମରେ ଗୁରୁତର ଅଭିଯୋଗ: କ୍ଷୀରରେ ଲୁଗା ସଫା ପାଉଡର ଭଳି ଦୁର୍ଗନ୍ଧ ବାହାରୁଛି

ବାଲିଗୁଡା/୨୩/୦୩/୨୦୨୩/(ଆଧାର ନ୍ୟୁଜ):ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ
କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିକ୍ରି ହେଉଥିବା ମିଲ୍କ ମୁ ଡାଏରୀ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ଜିନିଷକୁ ନେଇ ଏକ ଗୁରୁତର ଅଭିଯୋଗ ହସ୍ତଗତ ହୋଇଛି l ପ୍ରକାଶ ଯେ,ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା କ୍ଷୀର, ଦହି, ପନିରରେ ବ୍ୟାପକ ଅପମିଶ୍ରଣ ସାଙ୍ଗକୁ ତଟକା ସଜ ଜିନିଷରେ ବିଭିନ୍ନ ପ୍ରକାର ଦୁର୍ଗନ୍ଧ ହେଉଥିବା ମଧ୍ୟ ବହୁ ଗ୍ରାହକ ଅଭିଯୋଗ ସହ ଅସନ୍ତୋଷ ପ୍ରକାଶ କରିଛନ୍ତି l ବିଶେଷ କରି ଅଧିକାଂଶ ଦିନ ମିଲ୍କ ମୁଁ କମ୍ପାନୀର କ୍ଷୀର ପେକେଟରେ ସଜ ତାରିଖର ହୋଇଥିବା ବେଳେ ଘରୋଇ ଗ୍ରାହକ ହୁଅନ୍ତୁ କିମ୍ବା ଚା' ଦୋକାନୀ ତାହା ବିକ୍ରେତା ପାଖରୁ ନେଉ ନେଉ ଘରେ କିମ୍ବା ଦୋକାନରେ ସିଝାଇବା ପାଇଁ ବସାଇଲା ବେଳକୁ ଲୁଗା ସଫା ପାଉଡର ଭଳି ଏକ ଦୁର୍ଗନ୍ଧ ବାହାରିବା ସହ ସିଝାଇବା ସମୟରେ ହିଁ  ଛିଡି ଯାଉଛି l ଆଉ ବେଳେ ବେଳେ କ୍ଷୀର ପେକେଟରୁ ଦହି ବାହାରୁଛି, ଦହି ପେକେଟରୁ କ୍ଷୀର ବାହାରୁଛି l ସଜ ତାରିଖର ପନିର ଗୁଡିକ ମଧ୍ୟ ଆମ୍ବିଳା ବାସନା ସହ ଏକ ପ୍ରକାର ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି l ଏ ନେଇ ଗ୍ରାହକ ଓ ଚା' ଦୋକାନୀ କ୍ଷୀର ବିକ୍ରେତାଙ୍କୁ ଅଭିଯୋଗ କଲେ କମ୍ପାନୀକୁ ଜଣାଇବି କହୁଛନ୍ତି l ବିକ୍ରେତା କମ୍ପାନୀକୁ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳି ପାରିନାହିଁ l ଏ ନେଇ ଟାଉନର ଶରତ ପୂଜାରୀ, ପୂର୍ଣ୍ଣ ଚନ୍ଦ୍ର ନାୟକ, ବିରଞ୍ଚି ବେହେରା ଓ ମେଡିକାଲର କିଛି କର୍ମଚାରୀ ମାନେ ଅଭିଯୋଗ କରିବା ସହ ଖାଉଟି ସୁରକ୍ଷା ବିଭାଗର ଆଶ୍ରୟ ନେବେ ବୋଲି ଜଣାଇଛନ୍ତି l ଏ ସମ୍ପର୍କ ରେ କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା କମ୍ପାନୀର ମାର୍କେଟିଂ ଅଧିକାରୀ ବୈଦ୍ୟନାଥ ଗୌଡ଼ଙ୍କୁ ପଚାରିଲେ ସେ କମ୍ପାନୀକୁ ଜଣାଇଛୁ, ତଦନ୍ତ ପରେ ଜଣା ପଡିବ ବୋଲି ସଫେଇ ଦେଇଛନ୍ତି l ଯାହା ଫଳରେ ଗ୍ରାହକ ଓ ଚା' ଦୋକାନୀ ନିଜର ଅସନ୍ତୋଷ ପ୍ରକାଶ କରି ମିଲ୍କ ମୁଁ କମ୍ପାନୀ ପ୍ରସ୍ତୁତ ଜିନିଷ ଠାରୁ ଧିରେ ଧିରେ ଦୂରେଇ ଅନ୍ୟ କ୍ଷୀର କମ୍ପାନୀ ଉପରେ ଭରସା କରିବାକୁ ଯାଉଥିବା ଦେଖିବାକୁ ମିଳୁଛି l ଏଥି ପ୍ରତି କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରବଳ ଦାବୀ ହେଉଛି l

Recent Comments

Leave Comments

Top