ରଣପୁର/୨୯/୦୩/୨୦୨୩/(ଆଧାର ନ୍ୟୁଜ)ରିପୋର୍ଟ-ଯଦୁନାଥ ସାମନ୍ତରାୟ
ରଣପୁର ବ୍ଲକ. ଖଇରପଲ୍ଲୀ ପଞ୍ଚାୟତ ପରିସରରେ ନୟାଗଡ଼ ଭୂମିକା ଚକ୍ଷୁ ଡାକ୍ତରଖାନା ଆନୁକୂଲ୍ୟରେ ସ୍ଥାନୀୟ ସରପଞ୍ଚଙ୍କ ସଂଯୋଜନାରେ ବୁଧବାର ସକାଳ 9ଟାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି! ଏହି ଶିବିରରେ ସ୍ଥାନୀୟ ଅଞ୍ଚଳରୁ ୫୦ରୁ ଉର୍ଦ୍ଧ ବୃଦ୍ଧ, ଵୃଦ୍ଧା ଓ ବୟସ୍କମାନେ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ନୟାଗଡ଼ ଭୂମିକା ଚକ୍ଷୁ ଡାକ୍ତରଖାନାକୁ ମୋତିଆ ବିନ୍ଦୁ ଅସ୍ତ୍ର ପ୍ରଚାର ପାଇଁ ପଠାଯାଇଥିଲା.! ଶିବିରରେ ଭୂମିକା ଚକ୍ଷୁ ଡାକ୍ତରଖାନାର ଆଖି ପେଶାଲିଷ୍ଟ ଡା, ସମୀମା ଖାତୁନ, ହେଲଥ ମ୍ୟାନେଜର, ଜିତେନ୍ଦ୍ର କୁମାର ଦଳେଇ,ଦୀପାଞ୍ଜଳି ମାଲିକ,ଅର୍ପିତା ସେନାପତି, ସିଏଚଓ ଶୁଭମ ଚନ୍ଦ୍ରଶେଖର ରାଉତରାୟ, ସଂଗ୍ରାମ କେଶରୀ ପ୍ରଧାନ,ସମେତ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ
Recent Comments