logo
add image
ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ -

ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ -

ସୁବର୍ଣ୍ଣପୁର/୨୯ /୦୩ /୨୩/ (ଆଧାର ନ୍ୟୁଜ) 
ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ସୋନପୁର ଡି କଲୋନୀ ଝୁପୁଡିପଡ଼ା ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ବିଶ୍ୱରଂଜନ ପତିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସହରାଞ୍ଚଳର ଅଧିବାସୀଙ୍କୁ ଓ ପି ଡି ସେବା ସହ ଫିଜିଓଥେରାପି, ଯୋଗ, ଲ୍ୟାବ ଟେଷ୍ଟ ଓ ମାଗଣା ଔଷଧ ସେବା ଯୋଗାଇ ଦିଆଯିବ l ଏହା ପ୍ରତିଦିନ ସକାଳ ୮ ଟାରୁ ଦିବା ୧୧ ଟା ଓ ସନ୍ଧ୍ୟା ୫ ଟାରୁ ରାତି ୮ ଟା ଯାଏ ଖୋଲା ରହିବ l ଏହି ସଂସ୍ଥାର ପରିଚାଳନା ଦାୟିତ୍ୱ ବେସରକାରୀ ସଂସ୍ଥା ପିପୁଲସ ଫୋରମ କୁ ଦିଆଯାଇଛି l ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଜିଲ୍ଳାସ୍ୱାସ୍ଥ୍ୟ ଅଧିକାରୀ (ମେଡିକାଲ)ଡ଼ ଦୁର୍ଗାଦତ୍ତ ଦାଶ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପଦ୍ମହଂସା ଦୋରା, ଡା ରମେଶ ଚନ୍ଦ୍ର ସ୍ୱାଇଁ, ଡି ପି ଏମ ବିଶ୍ୱମ୍ବର ବେହେରା, ସହ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ ସାହୁ, ଏ ପି ଡେମିଓଲୋଜିଷ୍ଟ ଡା ବିଷ୍ଣୁ ଚରଣ ମାଝୀ, ଡ଼ିଡ଼ିଏମ ପ୍ରଦୀପ ସାହୁ, ସହ କାର୍ଯ୍ୟକ୍ରମ ପରିଚାଳକ ତରଣୀସେନ ପ୍ରଧାନ, ଗୀତାଞ୍ଜଳି ମେହେର, ଶୋଭନା ଦାଶ, ହସ୍ପିଟାଲ ମ୍ୟାନେଜର ଦେବସ୍ମିତା ପ୍ରିୟଦର୍ଶିନୀ, ମାଇକ୍ରୋବାୟଲୋଜିଷ୍ଟ ଶାଶ୍ଵତୀ ଶତପଥୀ ତଥା ପିପୁଲସ ଫୋରମ ତରଫରୁ ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ସଞ୍ଜୟ କୁମାର ସେଠୀ ଓ କାର୍ଯ୍ୟକ୍ରମ ପରିଚାଳକ ଅଜୟ ଦେବତା ସହ ସ୍ୱାସ୍ଥ୍ୟ କର୍ମଚାରୀ ଷ୍ଟାଫ, ଆଶାକର୍ମୀ ଓ ଏସ ଏଚ ଜି ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ l

Recent Comments

Leave Comments

Top