logo
add image
ପୁଣି ବୌଦ୍ଧ ଜିଲ୍ଲାକୁ ଫେରିଲା କୋଭିଡ-ଜିଲ୍ଲାରୁ ୧୦ କୋଭିଡ ପଜିଟିଭ ଚିହ୍ନଟ

ପୁଣି ବୌଦ୍ଧ ଜିଲ୍ଲାକୁ ଫେରିଲା କୋଭିଡ-ଜିଲ୍ଲାରୁ ୧୦ କୋଭିଡ ପଜିଟିଭ ଚିହ୍ନଟ

ବୌଦ୍ଧ/ (ଆଧାର ନ୍ୟୁଜ)
କୋଭିଡ ମହାମାରୀ ସାରା ଦେଶକୁ କବଳିତ କରିସାରିଥିବା ବେଳେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲା । ବର୍ଷେ ହେବ ସେଥିରୁ ଟିକିଏ ଆଶ୍ୱସ୍ତି ମିଳିଥିଲା. ପୁଣି ଏବେ କିଛିଦିନ ହେବ ସାରା ଦେଶରେ କୋଭିଡ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଥିବା ବେଳେ ଚଳିତ ଏପ୍ରିଲ ମାସରେ ବୌଦ୍ଧ ଜିଲ୍ଲାରେ କୋଭିଡ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୁଚନା ମୁତାବକ ଚଳିତ ଅପ୍ରେଲ ମାସରେ ଏପର୍ଯ୍ୟନ୍ତ ଜିଲ୍ଲାରେ ୧୦ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିିଛି । ଜିଲ୍ଲାର ବାଉଁଶୁଣୀ ଅଞ୍ଚଳରୁ ୫ ଜଣ, କଣ୍ଟାମାଳ ବ୍ଳକ ଅଞ୍ଚଳରୁ ୪ ଜଣ ଓ ବୌଦ୍ଧ ଏନଏସିରୁ ଗୋଟିଏ ପଜିଟିଭ ଥିବାବେଳେ ସେହିପରି ଅନୁଗୋଳ ଜିଲ୍ଲାର ଜଣେ ବୌଦ୍ଧଜିଲ୍ଲାରେ ପରୀକ୍ଷା କରାଇ କୋଭିଡ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ପ୍ରକାଶ । ସମସ୍ତ କୋଭିଡ ସଂକ୍ରମିତମାନଙ୍କୁ ହୋମ ଆଇ ସୋଲେସନରେ ରଖାଯାଇ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ସୁଚନା ଦିଆଯାଇଛି । ଏହା ସହ ଆକ୍ରାନ୍ତଙ୍କ ସଂପର୍ଶର ଥିବା ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯାଇ ସେମାନଙ୍କ ଟେଷ୍ଟ କରାଯାଉଥିବା ସୁଚନା ଦିଆଯାଇଛି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣ ଙ୍କୁ ଭୟ ନକରି ସତର୍କତା ଅବଲମ୍ବନ ରହିବାକୁ ନିବେଦନ କରାଯାଇଛି  ।ସମସ୍ତେ ମାକ୍ସ ପିନ୍ଦନ୍ତୁ ଜନଗହଳି ଠାରୁ ଦୂରେଇ ରୁହନ୍ତୁ ।

Recent Comments

Leave Comments

Top