ସିନାପାଲି/ନୂଆପଡା/୧୬/୪/୨୩/ (ଆଧାର ନ୍ୟୁଜ) ରିପୋର୍ଟ-ହେରମ୍ବ ମେହେର
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ ୧୫ ମାସପରେ ପୁଣି କୋରୋନା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆଜି ଏହି ବ୍ଲକ ଅନ୍ତର୍ଗତ କସାଇପାଣିରେ ଗୋଟିଏ ପରିବାରର ୪ ଜଣ କୋରୋନା ଚିହ୍ନଟ ହୋଇଥିବା ବେଳେ ଗୋର୍ଲାର ଦୁଇଜଣ ଓ ସିନାପାଲି ସହରରେ ଜଣେ ଓ ଏକ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ନିବାସରେ ଜଣେ ଅନ୍ତେବାସିନୀ ଚିହ୍ନଟ ହୋଇଥିବା ସିନାପାଲି ସ୍ୱାସ୍ଥ୍ୟବିଭାଗ ତରଫରୁ ଜଣାପଡ଼ିଛି। କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେରଖି ଆଜି ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରର ଏକଟିମ୍ କସାଇପାଣି ଗାଁକୁ ଯାଇ ସେଠିକାର ଜନସାଧାରଣଙ୍କୁ ସଚେତନତା କରୁଥିବା ଜଣାପଡ଼ିଛି । ବର୍ତ୍ତମାନ୍ ସମୟରେ ଲୋକେ କରୋନା ସଂକ୍ରମଣ ନହେବାର ନିୟମ କିଛିବି ମାନୁ ନଥିବାରୁ ଏହା ବ୍ୟାପକ ଭାବରେ ସଂକ୍ରମଣ ହେବାର ଆଶଙ୍କା ରହିଛି l ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟିଦେଇ କରୋନା ଦାଉରୁ ଜନସାଧାରଣଙ୍କୁ ରକ୍ଷା କରିବାପାଇଁ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ତଥା ସରକାରଙ୍କୁ ଅନୁରୋଧ କରିଛନ୍ତି l
Recent Comments