ସୁବର୍ଣ୍ଣପୁର/୦୫/୦୭/୨୦୨୩/(ଆଧାର ମିଡ଼ିଆ)
ଆଜି ସୁବର୍ଣ୍ଣପୁର ଜିଲ୍ଲାର ବୁରମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି । ବିଶିମୁଣ୍ଡା ସରପଞ୍ଚ ବିନ୍ଦୁ କୁମ୍ଭକାର ପ୍ରଥମକରି ରକ୍ତଦାନ କରି ସମସ୍ତ ପଂଚାୟତ ବାସୀ ରକ୍ତ ଦାନକରି ଜୀବନ ରକ୍ଷା କରିବା ସକାଶେ ଆଗେଇ ଆସିବା ପାଇଁ ପ୍ରେରଣା ଦେଇଥିଲେ l ସମାଜ ସେବୀ ରୂପକ ମହାନ୍ତି ଓ ଗଜପତି ସୁନା ରକ୍ତଦାନ ଶିବିର ପରିଚାଳନା କରିଥିଲେ l ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା କିଶନ ସଂଘ ସଭାପତି ବିରଂଚି ମେହେର, ପ୍ରକୃତି ମିତ୍ର ଜୟଶ୍ରୀ ମହାପାତ୍ର, ଜୟ ମାଧବ ମିଶ୍ର ବନ୍ୟପାଲ ଭକ୍ତବଂଧୁ ମିଶ୍ର, ଜିଲ୍ଲା ରକ୍ତଦାତା ସେବାସଂଘ ସଭାପତି ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବୁରୋମୁଣ୍ଡା ଖେଳ ପଡିଆରେ ବୃକ୍ଷ ରୋପଣ କରାଯାଇଥିଲା l ଏବଂ ଆଗକୁ ଏହାକୁ ବ୍ୟାପକ କରାଯିବାର କାର୍ଯକ୍ରମ ରହିଛି ବୋଲି ସରପଞ୍ଚ ପକ୍ଷରୁ ପ୍ରକାଶ l ଏହି କାର୍ଯ୍ୟକ୍ରମରେ ମଣ୍ଟୁସାହୁ, ତ୍ରିନାଥ ପୁଟେଲ, ଚନ୍ଦନସାହୁ, ବିକାଶ ନାଏକ, ବାସୁଦେବ ଖେତି, କାର୍ତ୍ତିକ ଥପା, ଦୂର୍ବାଦଳ ଚlଉଳିଆ, ନୀଳାମ୍ବର ନାଏକ, ପବିତ୍ର ପୁଟେଲ, ରଂଜନ ସେଠୀ, ସୁଶାନ୍ତ ନାଗ, ରାଜେନ୍ଦ୍ର ସେଠୀ ,ଗଣେଶ ଥାପା , ଆକାଶ ନାୟକ, ପ୍ରକାଶ ନାଏକ, ଉତ୍ତମ ମଲିକ, ମାମି ଜାନି,ରବି କୁମ୍ଭାର, ପପୁ ହରିପାଲ.ଆଶିଷ ଶତପଥୀ, ଜେମା ମଲିକ, ଲିଜାରାଣୀ ପ୍ରମୁଖ ରକ୍ତଦାନ ଶିବିରରେ ରକ୍ତଦାନ ଓ ସହଯୋଗ କରିଥିଲେ। ଜିଲ୍ଲା ରକ୍ତ କେନ୍ଦ୍ରର ଡ.ସରୋଜ ପଟେଲ,ଟିଟୁ ଭୋଇ, ଜଗତ ଦରୁଅlନ ,ୟୁଧିଷ୍ଟିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ,l ଦୁଇ ଗୋଟି ଦମ୍ପତିଙ୍କ ସମେତ ସମୁଦାୟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
Recent Comments