logo
add image
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ୭୦ୟୁନିଟ ରକ୍ତ ସଂଗ୍ରହ.

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ୭୦ୟୁନିଟ ରକ୍ତ ସଂଗ୍ରହ.

ଗୁଣପୁର/ରାୟଗଡା/ ୩୧/୦୭/୨୩/(ଆଧାର ମିଡ଼ିଆ)
ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏ ଭି ଏନ ଶର୍ମା ,ରେଜିଷ୍ଟ୍ରାର ଡ ଏନ.ଭି. ଜେ.ରାଓ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ। । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନଶୁ ଶେଖର ରଥ, ଡ.ଏସ ଏସ ପାଢ଼ୀ, ,ଅଧ୍ୟାପକ ବାଣୀ ପ୍ରସାଦ ନାୟକ,ପ୍ରମୋଦ ରଂଜନ ପଣ୍ଡା, ଗୋପାଳ କୃଷ୍ଣ ମହାନ୍ତି, ସିଦ୍ଧାର୍ଥ ପ୍ରୀତମ୍, କୃଷ୍ଣ ପ୍ରସାଦ ଦାସ ପ୍ରମୁଖ ଶିବରକୁ  ପରିଚାଳନା କରିଥିଲେ ।ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ସୁଜାତା ଦେବୀ,ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା ,ସୁରୁଚି ପାତ୍ର, ରୋଜି ନାୟକ ପ୍ରମୁଖ ରକ୍ତସଂଗ୍ରହ କରିଥିଲେ। ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ଉତ୍ସାହ ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକ ମାସରେ ସ୍ଵେଚ୍ଛାକୃତ ରକ୍ତଦାନ କରି ବହୁ ରକ୍ତହୀନତା ରୋଗୀଙ୍କୁ ରକ୍ତ ଯୋଗାଇବା ସହଯୋଗ କରୁଛନ୍ତି।

Recent Comments

Leave Comments

Top