ସୁବର୍ଣପୁର/୦୧/୦୯/୨୦୨୩/(ଆଧାର ମିଡ଼ିଆ)
ଓଡିଶା ଡ୍ରାଇଭର ମହାସଂଘ ସୋନପୁର ଶାଖା ପକ୍ଷରୁ ଆଜି ବଡ଼ଝିଙ୍କି ଠାରେ ଥିବା ଡ୍ରାଇଭର ୟୁନିଅନ ଅଫିସ ଠାରେ ଡ୍ରାଇଭର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି l ଏହି ଅବସରରେ ସଂଘ ପକ୍ଷରୁ ଏକ ବଡ ପଟୁଆର ରେ ଶହଶହ ଡ୍ରାଇଭର ମାଆ ସୁରେଶ୍ୱରୀ ମନ୍ଦିରରୁ ବାହାରି ଝିଙ୍କିସ୍ଥିତ ନୂତନ ଅଫିସକୁ ଶୋଭା ଯାତ୍ରାରେ ବାହାରି ଥିଲେ ।ଏହି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି. ୩ ଜଣ ମହିଳା ରକ୍ତ ଦାତାଙ୍କ ସମେତ ସମୁଦାୟ ୪୬ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି l ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ତରଫରୁ ଚକ୍ଷୁ ଚିକିତ୍ସା ଶିବିର ସମେତ କିୟୁରବl ସଂସ୍ଥା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା, ସମ୍ମାନିତ ଅତିଥି ଭାବେ ଏ ଡି ଏମ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ପ୍ରଶାସନ ପକ୍ଷରୁ ପ୍ରତିଶୁତି ଦେଇ ସଂଘର ନୀତି ଆଦର୍ଶ ଉପରେ ସଂସ୍କାର ଆଣିବାକୁ ଏବଂ ପ୍ରଥମେ ନିଜେ ନିଜକୁ ଫିଟ ଓ ସୁରକ୍ଷିତ ରଖି ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ପାଇଁ ଉତ୍ତମ ସେବା ଦେବାକୁ ଓ ନିଜପ୍ରତି ଲୋକଙ୍କ ଆସ୍ଥାଭାଜନ ବୃଦ୍ଧି କରିବାକୁ ଅନେକ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ଓଡ଼ିଶା ଡ୍ରାଇଭର ମହାସଂଘର ଉପ ସଭାପତି ଜ୍ୟୋତି ରଂଜନ ପଧାନ, ବ୍ଲକ ସଭାପତି ନରୋତ୍ତମ ନନ୍ଦ ପରିଚାଳନା କରିଥିବା ବେଳେ ଭରତ ଗଡ଼ିଆ, ବେଦବ୍ୟାସ କର୍ମୀ,ବିକାଶ ନାଏକ, ବଳରାମ ସ୍ନିଙ୍ଘ,ହରିଶ ଠାକୁର ପ୍ରମୁଖ ଜିଲ୍ଲାର କର୍ମକର୍ତ୍ତା ସମେତ ବ୍ଲକର ସମସ୍ତ ଡ୍ରାଇଭର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସେନା କର୍ମଚାରୀ ପ୍ରାକ୍ତନ ସୁବେଦାର ଅଶ୍ୱିନୀ ହୋତା, ମନୋରଞ୍ଜନ ତ୍ରିପାଠୀ ଯୋଗ ଦେଇ ଆୟୋଜକ ତଥା ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ l ରକ୍ତ ଦାତା ସଂଘ ସଭାପତି ମନୋଜ ପଣ୍ଡାଙ୍କ ତତ୍ୱାବଧାନରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
Recent Comments