ସୁବର୍ଣ୍ଣପୁର/୦୯/୦୪/୨୦୨୪/(ଆଧାର ମିଡ଼ିଆ) ଆଜି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ଏହି ଶିବିରକୁ ସୁବର୍ଣ୍ଣପୁର ଏସପି ଶ୍ରୀ ୟସ୍ ପ୍ରତାପ ଶ୍ରିମାଲ ଶୁଭ ଉଦ୍ଘାଟନ କରି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ l ଅତିରିକ୍ତ ଏସପି ବିରେନ୍ଦ୍ର କୁମାର ନାୟକ, ରକ୍ତ ଦାତା ମନୋଜ ପଣ୍ଡା, ମହିଳା ପୋଲିସ କର୍ମଚାରୀ ଅର୍ପିତା ପଟ୍ଟନାୟକ, ବିଶ୍ଵ ବନ୍ଦିତା ପଟ୍ଟନାୟକ, ସୁଭାଷିନୀ ପଧାନ, ଶୁଭଶ୍ରୀ ଦାଶ, ସଂଗୀତl ପାତ୍ର, ସନ୍ଧ୍ୟା ବାଗ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ ରକ୍ତଦାତା ରକ୍ତ ଦାନକରି ଏସପି ଶ୍ରୀ ଶ୍ରୀମାଲଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ l ସୋନପୁରର ବିଶିଷ୍ଟ ବ୍ୟବସାୟୀ ତ୍ରିଲୋଚନ ପାଣିଗ୍ରାହି ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଳି ପାଣିଗ୍ରାହୀ ଦମ୍ପତ୍ତି ଆଜି ଏହୀ ଶିବିରରେ ପ୍ରଥମେ ରକ୍ତ ଦାନ କରି ନୂଆଁ ଓ ମହିଳା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା, ପୋଲିସ୍ କନେଷ୍ଟବଳ ସଂଘ ସଭାପତି ଦିନେଶ ମିଶ୍ର, ଜିଲ୍ଲା ପୋଲିସ୍ ରକ୍ତ ସଂଯୋଜକ ମନୋଜ ପଣ୍ଡା, ହାବିଲଦାର ସନ୍ତୋଷ ପାତ୍ର, ଏସପି ଷ୍ଟେନୋ କୃତିବାସ ମିଶ୍ର ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ଯେ ବିଗତ ଦୁଇ ବର୍ଷରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଆମ ପୋଲିସ୍ ବ୍ୟବସ୍ଥା ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ସମସ୍ତ ଥାନା ଓ ଫାଣ୍ଡିରେ ଅନେକ ରକ୍ତଦାନ ଶିବିର ସବୁ ଆୟୋଜନ କରି ଦିନକରେ ସୋନପୁର ଥାନାରେ ୩୬୪ ୟୁନିଟ ଉଲୁଣ୍ଡା ଥାନାରେ ୫୦୯ ୟୁନିଟ ,ଡୁଙ୍ଗୁରିପାଲି ଥାନାରେ ୫୨୩ ୟୁନିଟ ଓ ସୋନପୁର କଲେଜରେ ଦିନକରେ ୬୦୫ ୟୁନିଟ୍ ରକ୍ତ ସଂଗ୍ରହ କରି ଜିଲ୍ଲାରେ ରେକର୍ଡ ସୃଷ୍ଟି କରିବା ସହିତ ରାଜ୍ୟ ପୋଲିସ ବିଭାଗର ସୁନାମ ଅର୍ଜନ କରିଛି l ସୋନପୁର ତଥା ପାଖ ପଡ଼ୋଶୀ ଜିଲ୍ଲାରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ସମ୍ପୂର୍ଣ ଦୂରକରି ପାରିଛି l ସୋନପୁର ପୋଲିସ୍ ର ଏହି ମହତ ସେବା କାର୍ଯ୍ୟକୁ ଜାରି ରଖିବାକୁ ଜିଲ୍ଲା ବାସୀ ଜିଲ୍ଲା ପୋଲିସକୁ ନିବେଦନ କରିଛନ୍ତି l
Recent Comments