logo
add image
 ଜିଲ୍ଲା ସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ପ୍ରଶିକ୍ଷଣ ଶିବିର

ଜିଲ୍ଲା ସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର/୦୪/୦୪/୨୦୨୨/ (ନ୍ୟୁଜ-ଆଧାର ଓଡିଶା ) ( ନି :ପ୍ର )ଜିଲ୍ଲା ସ୍ତରୀୟ ଅଂଶୁଘାତ ଓ ଜଳ କଷ୍ଟ ନିବାରଣ ଲାଗି ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କର ଏକଦିବସୀୟ ପ୍ରଶିକ୍ଷଣ ଶିବିର ଆଜି ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। "ଉତ୍ତାପ ତରଙ୍ଗ ଏବଂ ଜଳ ସଙ୍କଟ ପରିସ୍ଥିତି ପରିଚାଳନା" ବିଷୟବସ୍ତୁ ଉପରେ ବିଭିନ୍ନ ସ୍ତରର ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ଜିଲ୍ଲାପାଳ. ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ଉତ୍ତାପ ତରଙ୍ଗ ତଥା ତାପମାତ୍ରା ବୃଦ୍ଧି କିପରି ପ୍ରତିକୂଳ ପ୍ରଭାବ ପକାଉଛି ସେ ବିଷୟରେ ଆଲୋଚନା କରିଥିଲେ। ପ୍ରାଥମିକ ସ୍ତରରେ ଏହି ଜଳବାୟୁ ପରିବର୍ତ୍ତନ ଏବଂ ଉତ୍ତାପ ତରଙ୍ଗ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ସ୍ତରରୁ ଜିଲ୍ଲାସ୍ତରୀୟ ପର୍ଯ୍ୟନ୍ତ ସାମଗ୍ରିକ ତଥା ଯୁକ୍ତିଯୁକ୍ତ ଯୋଜନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଉଦିୟମାନ ସମସ୍ୟାର ସମାଧାନ ପାଇଁ ସମସ୍ତ ଜିଲ୍ଲା ଅଧିକାରୀ ସେମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ଜଳବାୟୁ ପରିବର୍ତ୍ତନ ଏବଂ ଆଗାମୀ ଦିନରେ ତାପମାତ୍ରା ଵୃଦ୍ଧିହେବା,ଜଙ୍ଗଲରେ ନିଆ ଲାଗିବା ଦ୍ୱାରା ଲୋକମାନେ ଆଗାମୀ ଦିନରେ ଉତ୍କଟ ସମସ୍ୟା ଦେଇ ଗତିକରିବେ ବୋଲି ଆଲୋକପାତ କରିଥିଲେ। ବିଗତ ଦିନ ମାନଙ୍କରେ କିପରି ତାପମାତ୍ର ବୃଦ୍ଧି ହେଉଛି , ଜଳକଷ୍ଟ ବଢୁଛି,ଜଙ୍ଗଲ କ୍ଷୟ ହେବାର ଲାଗିଛି । ଏହାକୁ ରୋକିବାପାଇଁ ଆମ୍ଭେମାନେ ଦୃଢ ସଂକଳ୍ପ ଗ୍ରହଣ କରି ସଠିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ନିଜ ନିଜ ବିଭାଗର ସଠିକ ନିରୂପଣ କରିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ ପାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ଏକ ଉତ୍କୃଷ୍ଟ ଏବଂ ଫଳପ୍ରଦ ତାଲିମ କାର୍ଯ୍ୟକ୍ରମ ଥିଲା ବୋଲି ଜଣାପଡିଛି।
ଏହି ଶିବିରରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ,ମେଡିକାଲ ଅଫିସର ସଂକଳ୍ପ ପଟ୍ଟନାୟକ ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀ,ହିମାଂଶୁ ଶେଖର ପଟ୍ଟନାୟକ, ବିଭିନ୍ନ ବିଷୟରେ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନବରଙ୍ଗପୁର ରତ୍ନାକର ସାହୁ, ଉପ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସମସ୍ତ ତହସିଲଦାର,ସମସ୍ତ ନିର୍ବାହୀ ଯନ୍ତ୍ରୀ,ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ।ସର୍ବ ଶେଷରେ ଜିଲ୍ଲା ପକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଶିବିରକୁ ସମାପ୍ତ କଲେ।                           ରିପୋର୍ଟ (ଶେଫାଳି ପଟନାୟକ )

Recent Comments

Leave Comments

Top