ଓଡାପଡା/୧୪/୦୬/୨୦୨୪/(ଆଧାର ମିଡ଼ିଆ//ପ୍ରଦ୍ୟୋତ କୁମାର ବିଶ୍ୱାଳ)-ସ୍ଥାନୀୟ ନରେନ୍ଦ୍ରପୁର ସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ (ଟିଏସଏମ) ଢେ଼ଙ୍କାନାଳ ପକ୍ଷରୁ ବିଶ୍ବରକ୍ତ ଦାତା ଦିବସ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାୟୀ କର୍ମଚାରୀ, ଠିକା କର୍ମଚାରୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ନେଇ ଏହି ଶିବିର ହୋଇଥିଲା । ଏହି ଶିବିରରେ ୨୫୭ୟୁନିଟ ରକ୍ତ ସଂଗ୍ରହ କରିଯାଇଥିଲା । ରକ୍ତ ଭଣ୍ଡାର, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆମ ଓଡ଼ିଶା (ସମ୍ବାଦ)ଗ୍ରୁପର ସକ୍ରିୟ ସଦସ୍ୟଙ୍କ ସହଯୋଗରେ ରକ୍ତ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ ଯେ ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ଢେ଼ଙ୍କାନାଳ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ଼.ଦିଲ୍ଲୀପ କୁମାର ବିଶ୍ବାଳ ଉଦଘାଟନ କରିବାସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ, ଜିଲ୍ଲାର ରକ୍ତର ଜରୁରୀ ଆବଶ୍ୟକ ତାକୁ ପୂରଣ କରିବାରେ ସହାୟକ ହୋଇପାରିବ ସହିତ ଅନେକ ଜୀବନ ବଞ୍ଚାଇବ ବୋଲି ଡା.ଶ୍ରୀ ବିଶ୍ୱାଳ ମତ ରଖିଥିଲେ ।
ଏହି ଶିବିରରେ ଟିଏସଏମର ସୁରକ୍ଷା ମୁଖ୍ୟ ବିଳାସ ଏନ ଗାଏକୱାଡ଼,ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡା. ଜ୍ୟୋତିଷ ମହାପାତ୍ର, ଜିଲ୍ଲା ରେଡ଼କ୍ରସ ସୋସାଇଟିର ଉପାଧ୍ୟକ୍ଷ ବିରଞ୍ଚି ନାରାୟଣ ପାଣି, ଟିଏସଏମର ମାନବ ସମ୍ବଳ ବିଭାଗ ମୁଖ୍ୟ ସଚ୍ଚିଦାନନ୍ଦ ରାଉତ, ଟିଏସଏମର ମୁଖ୍ୟ ଚିକତ୍ସା ଅଧିକାରୀ ଡା.ଆଶିଷ ମହାପାତ୍ର, ଟିଏସଏମର ବରିଷ୍ଠ ଚିକିତ୍ସା ଅଧିକାରୀ ଡା. ଅବିନାଶ ଦାଶ, ଡା.ନାରାୟଣ ପଣ୍ଡା, ଡା. ବିମଲ ଆମାସୀଙ୍କ ସହିତ କମ୍ପାନୀର ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ । ଟିଏମଏସର ମେଡ଼ିକାଲ ସର୍ଭିସେସ ବିଭାଗ ଦ୍ଵାରା ଏହି ଶିବିରକୁ ସୂଚାର ରୂପେ ସମ୍ପାଦନା କରାଯାଇଥିଲା ।ଟିଏମଏସର ମେଡ଼ିକାଲ ସର୍ଭିସେସ ବିଭାଗ ଦ୍ଵାରା ଏହି ଶିବିରକୁ ସୂଚାର ରୂପେ ସମ୍ପାଦନା କରାଯାଇଥିଲା ।ଟିଏମଏସର ମେଡ଼ିକାଲ ସର୍ଭିସେସ ବିଭାଗ ଦ୍ଵାରା ଏହି ଶିବିରକୁ ସୂଚାର ରୂପେ ସମ୍ପାଦନା କରାଯାଇଥିଲା
Recent Comments