logo
add image
ଉଲୁଣ୍ଡାରୁ ବାହାରିଲା ଡେଙ୍ଗୁ ରୋଗ ସଚ଼େନେତା ରଥ

ଉଲୁଣ୍ଡାରୁ ବାହାରିଲା ଡେଙ୍ଗୁ ରୋଗ ସଚ଼େନେତା ରଥ

ସୁବର୍ଣପୁର/୨୭/୦୮/୨୦୨୪/( ଆଧାର ମିଡ଼ିଆ)-ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଡେଙ୍ଗୁ ରୋଗ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଡ଼ାକ୍ତରଖାନା ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇ ସବୁଜ ପତାକା ଦେଖାଇ ଏହି ସଚ଼େନେତା ରଥର ଶୁଭାରମ୍ଭ କରିଥିଲେ। ଡେଙ୍ଗୁ ରୋଗ ନିୟନ୍ତ୍ରଣ ଓ ପ୍ରତିକାର ପାଇଁ ବ୍ୟାପକ ସଚ଼େତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଗାମୀ ସେପ୍ଟେମ୍ବର ୫ ତାରିଖ ଯାଏଁ ଉଲୁଣ୍ଡା ବ୍ଳକର ବିଭିନ୍ନ ପଞ୍ଚାୟତରେ ଏହି ରଥ ବୁଲିବ । ଏଠାରେ ସୂଚ଼ନାଯୋଗ୍ୟ ଯେ ୧ ଅଗଷ୍ଟରୁ ୩୦ ସେପ୍ଟେମ୍ବର ୨୦୨୪ ଯାଏଁ ଡ଼େଙ୍ଗୁ ରୋଗର ପ୍ରତିକାର ଓ ନିୟନ୍ତ୍ରଣ ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ନିର୍ଦ୍ଧାରିତ ଦିବସରେ ଡ୍ରାଏ ଡ଼େ ପାଳନ ସହ ମଶା ଅଣ୍ଡାଦେବା ସ୍ଥାନ ନଷ୍ଟ କରିବା ଏବଂ ବ୍ୟକ୍ତିଗତ ଯୋଗାଯୋଗ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପ୍ରକ୍ରିୟା ଚାଲୁଅଛି । ଏହା ବ୍ୟତିତ ସିଏଚଓ ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ଫୋକସ ଗୃପ ଆଲୋଚନାସବୁ ଆୟୋଜିତ ହେଉଛି । ଆଜିର କାର୍ଯ୍ୟକ୍ରମଟି ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ବିପିଏମ ସୁଧାଂଶୁ ଶେଖର ସେଠୀ,ସ୍ୱାସ୍ଥ୍ୟ ପରିଦର୍ଶକ ପଞ୍ଚାନନ ହୋତା, ପ୍ରଶାନ୍ତ କୁମାର ମେହେର, ସ୍ୱାସ୍ଥ୍ୟକର୍ମୀ  ରାଜେଶ ମେଣ୍ଡେଲି, ବଟକୃଷ୍ଣ ପଣ୍ଡା, ବିଡ଼ିଏମ ରାଜେନ୍ଦ୍ର ଦେହୁରୀ, ଏମଆରଏ ମିଳୁ ମେହେର, ଡ଼ାକ୍ତରଖାନା କର୍ମଚାରୀ ଏବଂ ଅନ୍ୟ ହିତାଧିକାରୀମାନେ ଉପସ୍ଥିତ ଥିଲେ।

Recent Comments

Leave Comments

Top