logo
add image
ଶ୍ରେଣୀଗୃହ ଉଦ୍ଘାଟିତ ।

ଶ୍ରେଣୀଗୃହ ଉଦ୍ଘାଟିତ ।

ଭବାନୀପାଟଣା,୦୪/୧୦/୨୪(ଆଧାର ମିଡ଼ିଆ)ଭବାନୀପାଟଣା ସଦର ବ୍ଲକ୍ ଅଧୀନ ଭବାନୀପୁର ପ୍ରାଥମିକ ବିଦ୍ୟାଳୟର ନୁତନ ଶ୍ରେଣୀଗୃହ ଉଦ୍ଘାଟିତ ହୋଇଯାଇଛି। ଇତି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଧୀର କୁମାର ରଥଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନି କାର୍ଯ୍ୟକ୍ରମରେ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆଚାରୀ ଶବର ମୁଖ୍ୟ ଅତିଥି ଭାବ ଯୋଗଦେଇ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ନିର୍ମାଣ ଏବଂ ବିଦ୍ୟାଳୟର ଉନ୍ନତି କରଣ ତଥା ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ସୁଧୀର କୁମାର ରଥଙ୍କ କାର୍ଯ୍ୟାଧାରା ଏବଂ ଶିକ୍ଷ୍ୟାଦାନ ଶୈଳୀକୁ ଭୁୟସୀ ପ୍ରଶଂସା କରିଥିଲେ।ସେହିଭଳି ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବି ଆର.ସି.ସି. ଜୟସେନ ମାଝୀ,ଏ.ବି.ଇ. ଓ ଶ୍ରୀଯୁକ୍ତ ଜଗଦିଶ ମୁଣ୍ଡ, ଶ୍ରୀଯୁକ୍ତ ହୃଷିକେଶ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ମିଳିତ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିନିଜର ବକ୍ତବ୍ୟ ରଖିବା ସହ ସଦର ବ୍ଲକ ଶିକ୍ଷ୍ୟାଧିକାରୀଙ୍କ ସହଯୋଗରେ ବିଦ୍ୟାଳୟର ପରିବେଶ ସହ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପାଇଁ ଯେଉଁସବୁ କାର୍ଯ୍ୟକରିଆସିଛନ୍ତି ବାସ୍ତବିକ ତାହା ଉଚ ପ୍ରଶଂସ ଯୋଗ୍ୟ।ଆଗାମୀ ଦିନରେ ଶ୍ରୀଯୁକ୍ତ ରଥ ସମସ୍ତଙ୍କର ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ। ସଭାପରେ ପରେ ମୁଖ୍ୟଅତିଥି ଶ୍ରୀ ଶବରଙ୍କ କରକମଳରେ ନୂତନ ଶ୍ରେଣୀଗୃହ ଉଦ୍‌ଘାଟିତ ହୋଇଥିଲା। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ମମତା ଦାଶ ସମସ୍ତ ଉପସ୍ଥିତ ଅତିଥି,ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Recent Comments

Leave Comments

Top