logo
add image
ଶିଶୁବାଟିକ ବିଦ୍ୟାର୍ଥୀ ମାନଙ୍କ ଅଗ୍ନିଶମ କେନ୍ଦ୍ର ଭ୍ରମଣ

ଶିଶୁବାଟିକ ବିଦ୍ୟାର୍ଥୀ ମାନଙ୍କ ଅଗ୍ନିଶମ କେନ୍ଦ୍ର ଭ୍ରମଣ

ଭଟଲି/ବରଗଡ଼/୮/୧୦/୨୦୨୪(ଆଧାର ମିଡ଼ିଆ): କୋମଳମତି ଶିଶୁ ମାନଙ୍କୁ ଉଚିତ୍ ଶିକ୍ଷା ତଥା ସଠିକ ସମୟରେ ଠିକ୍ ନିଷ୍ପତ୍ତି ନେଇ ନିଜ ସହିତ ଅନ୍ୟମାନଙ୍କ ଜୀବନକୁ କିଭଳି ସୁରକ୍ଷା ଦେଇପାରିବେ ତାହା ଜଣେ ଶିକ୍ଷକ ବା ଶିକ୍ଷୟତ୍ରୀ ଭଲଭାବରେ ଜାଣିଥାଏ ଏବଂ ତଦନୁଯାୟୀ ସେହି ଶିଶୁକୁ ଗଢ଼ିବାରେ ଲାଗି ପଡେ। ବିଦ୍ୟା ଅଧ୍ୟୟନ ସହିତ ବିଭିନ୍ନ ସାମାଜିକ କ୍ରିୟାକଳାପର ଜ୍ଞାନର ଆବଶ୍ୟକତାକୁ ପୂରଣ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନେକ ପଦକ୍ଷେପ ତଥା ଯୋଜନା କରୁଥିବା ଦେଖିବାକୁ ମିଳିଥାଏ। ସେହିଭଳି ବରଗଡ଼ ଜିଲ୍ଲା ଭଟଲିର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଶିଶୁ ବାଟିକା ବିଭାଗ ର ଛାତ୍ରଛାତ୍ରୀ ମାନଙ୍କୁ ମଙ୍ଗଳବାର ଦିନ ଅଗ୍ନିଶମ  କେନ୍ଦ୍ର ଭ୍ରମଣ ପାଇଁ ନିଆ ଯାଇଥିଲା । ସେଠାରେ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ମାନଙ୍କ ଦ୍ବାରା ଶିଶୁ ମାନଙ୍କୁ ଅଗ୍ନି ପ୍ରଶମନ ତଥା ଅନ୍ୟାନ୍ୟ ସୁରକ୍ଷା ଭିତ୍ତିକ କ୍ରିୟା କଳାପ ପ୍ରତ୍ୟକ୍ଷ ସମସ୍ତ କାର୍ଯ୍ୟ କରି ଦେଖାଇଥିଲେ । ଏଥିରେ ଭଟଲି ସଙ୍କୁଳ ର  ସଙ୍କୁଳ ପ୍ରମୁଖ ଶ୍ରୀ ଆନନ୍ଦ ସାହୁ ଓ ବିଦ୍ୟାଳୟର ପରିଚାଳନା କମିଟି ର ସମ୍ପାଦକ ଶ୍ରୀ ଲୋକନାଥ ମେହେର   ଉପସ୍ଥିତ ଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅକ୍ଷୟ କୁମାର ପୁଜାରି , ଶିଶୁ ବାଟିକା ବିଭାଗ ର ଗୁରୁମା କ୍ଷୀରେଶ୍ୱରୀ, ରୀତା, ନିତୁ,  ଡୋଳାମଣି ଗୁରୁଜୀ ଓ ସେବିକl ବୃନ୍ଦାବତୀ ଶିଶୁ ମାନଙ୍କ ସହିତ ଉପସ୍ଥିତ ଥିଲେ । ଶେଷରେ ସଙ୍କୁଳ ପ୍ରମୁଖ ଆନନ୍ଦ ସାହୁ ଧନ୍ୟବାଦ ଦେଇଥିଲେ ।

Recent Comments

Leave Comments

Top