ଦେବଗଡ,୦୯/୧୦/୨୦୨୪(ଆଧାର ମିଡିଆ)ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ଦେବଗଡ ବନଖଣ୍ଡ ଆନୁକୂଲ୍ୟରେ ମଣିଷ ଓ ହାତୀ ବିବାଦ କମାଇବା ଏବଂ ସଂରକ୍ଷଣ ସଂକ୍ରାନ୍ତରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଦେବଗଡ ବନଖଣ୍ଡ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ବନଖଣ୍ଡ ଅଧିକାରୀ ମଗର ଧାନାଜି ରାଓସୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ବୀରେନ କୁମାର ପ୍ରଧାନ ପ୍ରମୁଖ ମଂଚାସୀନ ରହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।ଦେବଗଡ ବନଖଣ୍ଡରେ ସାଂପ୍ରତିକ ସମୟରେ ହାତୀ ଉପସ୍ଥିତିର କାରଣ, ବନ୍ୟଜନ୍ତୁ ଦ୍ୱାରା କ୍ଷୟକ୍ଷତି ହେଲେ କ୍ଷତିଗ୍ରସ୍ତଙ୍କୁ ମିଳୁଥିବା କ୍ଷତିପୂରଣ ତଥା ଅନୁକମ୍ପା ମୂଳକ ଅନୁଦାନ ସମେତ ବନ୍ୟଜନ୍ତୁ ଓ ମଣିଷ ସଙ୍ଘର୍ଷର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ତେବେ ହାତୀ ଉପଦ୍ରବ ଯୋଗୁଁ ବିଭିନ୍ନ ସମୟରେ ହାତୀ ଏବଂ ମଣିଷ ଭିତରେ ଦେଖାଦେଉଥିବା ବିବାଦକୁ କଣ କଲେ ରୋକାଯାଇପାରିବ ସେ ଉପରେ ଆଲୋଚନା ହୋଇଥିଲା । ଏସିଏଫ ସ୍ୱାଧିନତା ସାହାଣୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ, ସରପଂଚ, ସମିତିସଭ୍ୟଙ୍କ ସମେତ ବନବିଭାଗ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ ।
ରିପୋର୍ଟ - ପ୍ରତାପ କିଶୋର ନାୟକ ଦେବଗଡ, ଆଧାର ମିଡିଆ।
Recent Comments