ଭଟଲି,୩୧/୧୦/୨୦୨୪(ଆଧାର ମିଡ଼ିଆ)ବରଗଡ଼ ଜିଲ୍ଲା ବାରପାହାଡ଼ ଡେବିରିଗଡ଼ ପାଦତଲ ଗାଁ ମାନଙ୍କରେ ବନ୍ୟଜନ୍ତୁ କାରଣ ରୁ ଫସଲ ନଷ୍ଟ ହେଉଥିବା ଗ୍ରାମ ବାସି ମାନେ ଅଭିଯୋଗ କରୁଛନ୍ତି। ଡେବିରିଗଡ଼ ଅଭୟରଣ୍ୟ ଏବେ ବନ୍ୟଜନ୍ତୁ ଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଗୋଟିଏ ପଟେ ମହାନଦୀରେ ନିର୍ମିତ ହୀରାକୁଦ ଡେମ ତ ଅନ୍ୟ ପଟେ ବିସ୍ତିର୍ଣ୍ଣ ବାରପାହାଡ଼ ଡେବିରିଗଡ଼ ଜଙ୍ଗଲ।ପାଣି ଏବଂ ଖାଦ୍ୟର ଅଭାବ ନ ଥିବାରୁ ଜଙ୍ଗଲୀ ଜନ୍ତୁ ଙ୍କ ଦ୍ରୁତଗତିରେ ବଂଶବିସ୍ତାର ହେଉଛି।ଫଳରେ ବାରପାହାଡ଼ ପାଦ ତଳେ କୌଣସି ପ୍ରତିବନ୍ଧକ ନଥିବାରୁ ସହଜରେ ବନ୍ୟଜନ୍ତୁ ମାନେ ଗ୍ରାମମାନଙ୍କୁ ଆସି ଚାଷୀଙ୍କ ଫସଲ ନଷ୍ଟ କରିପାରୁଛନ୍ତି। ଚଳିତ ବର୍ଷ ଭଟଲି ବ୍ଲକ ର ଖଜରିଆ,ରାଉତପଡା, ରତଡ଼ିହି, ବେଲବାହାଳି, ବାଞ୍ଜିପାଲି, ନଲିଛୁଆଁ, ତଲା, ମେଣ୍ଡାପାଲି, ସମ୍ବରଦରା ଏବଂ ଅମ୍ବାଭନା ବ୍ଲକ ର ଅମ୍ବାଭନା, କୁମ୍ବୋ, ଖୋଲା, ବୁଙ୍ଗାପାଲି, ଲଖନପୁର, ଉତ୍ତମ, ଡୁଙ୍ଗୁରି ଏବଂ ବାଞ୍ଜିପାଲି ଗ୍ରାମ ପଞ୍ଚାୟତ ମାନଙ୍କରେ ଶହଶହ ଏକର ଧାନ ଚାଷ ଏବଂ ପନିପରିବା ଚାଷ ନଷ୍ଟ କରିଥିବା ଗ୍ରାମ ବାସୀମାନେ ପ୍ରକାଶ କରୁଛନ୍ତି। ତାଙ୍କ କହିବା ଅନୁସାରେ ଜଙ୍ଗଲୀ ଜନ୍ତୁ ଫସଲ ନଷ୍ଟ କଲେ ଧାନ ପାଇଁ ଏକର ପ୍ରତି ୨୦ ହଜାର ଟଙ୍କା ଏବଂ ପନିପରିବା ପାଇଁ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି।ହେଲେ କ୍ଷୟକ୍ଷତି ଆକଳନ କରିବା ଭାରି କଷ୍ଟ କାରଣ ଗୋଟିଏ ଜମିରେ ଥରେ କ୍ଷତି ର ଆକଳନ ହୋଇଗଲେ ପରେ ଯେତେ କ୍ଷତି ହେଲେ ମଧ୍ୟ ଆଉ ଗ୍ରହଣ କରାଯାଏ ନାହିଁ। ଯଦି କ୍ଷତି ହେବାର ୪୮ ଘଣ୍ଟା ମଧ୍ୟ୍ୟରେ ସୂଚନା ଦିଅନଯାଏ ତାହାହେଲେ ମଧ୍ୟ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଅନ୍ତି କ୍ଷତିଗ୍ରସ୍ତ ଚାଷୀ। ଜଙ୍ଗଲୀ ଜନ୍ତୁ ମାନେ ପ୍ରତେକ ଦିନ କାହାରି ନା କାହାରୀର କ୍ଷତି କରିଥାନ୍ତି ଏହି କ୍ଷେତ୍ରରେ କ୍ଷୟକ୍ଷତି ଆକଳନ କରିବା ଭାରି କଷ୍ଟ ହେଉଛି। କ୍ଷୟକ୍ଷତି ଆକଳନ କଲାବେଳେ ଜମିର ଯେତିକି ଅଂଶ କ୍ଷତି ହୋଇଥିବ ସେଥିକି ଅଂଶ ର କ୍ଷତି ପୂରଣ ପାଇବେ ଫଳରେ କିଏ ୫୦୦ ତ କିଏ ୬୦୦ ଟଙ୍କା କ୍ଷତିପୂରଣ ପାଉଛନ୍ତି। ଚାଷୀ ମାନେ ଦିନ ବେଳେ ଚାଷକାମ କରନ୍ତି ରାତ୍ରି ସମୟରେ କ୍ଷେତରେ ଜଙ୍ଗଲୀ ଜନ୍ତୁ ଙ୍କ ପାଇଁ ଯୁଗୀ ଯାଉଛନ୍ତି। ଯୁଗୀ ଗଲାବେଳେ ସାପ କାମୁଡିବା, ସ୍କ୍ରବ ଟାଇଫସ ରେ ଆକ୍ରାନ୍ତ ହେବା ବେମାର ପଡିବା କାରଣରୁ ଚାଷୀ ମାନେ ନିରୁତ୍ସାହିତ ହୋଇ ପଡୁଛନ୍ତି। ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ଅନ୍ୟ ପଟେ ରୋଗପୋକ ରୁ ମୁକ୍ତି ମିଳିଲେ ବନ୍ୟଜନ୍ତୁ ଦ୍ଵାରା ଫସଲ ନଷ୍ଟ ଚାଷୀ ମାନଙ୍କୁ ଚାଷ ଛାଡିବା ପାଇଁ ବାଧ୍ୟ କରୁଛି। ଚାଷୀଙ୍କ କ୍ଷୟକ୍ଷତି ର ସଠିକ ଆକଳନ ବା ଚାଷ କୁ ସୁରକ୍ଷା ଦେବାରେ ପ୍ରଶାସନ ସମ୍ପୂଣ୍ଣ ବିଫଳ ହେଉଥିବା ଗ୍ରାମ ବାସୀମାନେ ପ୍ରକାଶ କରିଛନ୍ତି।
Recent Comments