ଭୁବେନେଶ୍ୱର,୨୪/୧୦/୨୦୨୪(ଆଧାର ମିଡ଼ିଆ)ଓଡ଼ିଶାରେ ବାତ୍ୟା (ଦାନା )ର ପ୍ରକୋପ ବଢି ବଢି ଚାଲିଛି ,କେତେକ ସ୍ଥାନରେ ପବନର ପ୍ରକୋପ ବଢୁଥିବା ବେଳେ ତୁହାକୁ ତୁହା ବର୍ଷା ଜାଣିବାକୁ ମିଳୁଛି।ପାରାଦୀପ ଠାରୁ ୧୮୦ କିଲୋମିଟର ବେଗରେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ (ଦାନା)ଗତି କରୁଥିବାରୁ ରାତି ୨.୩୦ ମିନଟ ରୁ ୩.୫୦ ମି ମଧ୍ୟରେ ଧାମରାରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ସୂତ୍ରରୁ ଅନୁମାନ କରାଯାଉଛି । ଲ୍ୟାଣ୍ଡଫଲ ସ୍ଥଳରେ ଘଣ୍ଟା ପ୍ରତି ୧୩୦ ରୁ ୧୪୦ କିମି ପବନ ବହିବ ବୋଲି ପାଣିପାଗ ସୂତ୍ରରୁ ଜଣାପଡିଛି ।ଏହାର ପ୍ରକପରେ ଗୋପାଳପୁର ଠାରେ ୭.୩୦ ମି ମଧ୍ୟରେ ୬୦ ରୁ ୭୦ କିମି ବେଗରେ ପବନ ହେଉଥିବାର ଜଣାପଡିଛି ।ବାତ୍ୟା ପାଇଁ ସରକାର ୯ ଗୋଟି ଜିଲ୍ଲାକୁ ରେଡ ଆଲର୍ଟ କରିଥିବାବେଳେ ୬ ଟି ଜିଲ୍ଲା ଯଥାପୁରୀ, ଜଗତସିଂହପୁର, କେଦ୍ରାପଡା,ଯାଜପୁର,ଭଦ୍ରକ ଓ ବାଲେଶ୍ୱର ବିଶେଷ କ୍ଷତିଗ୍ରସ୍ତ ହେବ ବୋଲି ଜଣାପଡିଛି।ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ ପ୍ରସ୍ତୁତି ଜାରି ରଖିଛି।ବାତ୍ୟା ଦାନା ର ମୁକାବିଲାପାଇଁ ୨୦ଟି ଏନ ଡ଼ି ଆର ଏଫ ଟିମ,୫୧ ଟି ଓଡ୍ରାଫ ଓ ୧୭୮ଟି ଅଗ୍ନିଶମ ଟିମ ମୁତୟନ କରାଯାଇଛି ।ହଜାର ଆଶ୍ରୟ ସ୍ଥଳୀରେ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି।୮ହଜାର ଗର୍ଭବତୀ ମାନଙ୍କୁ ଚିହ୍ନଟ କରାଯାଇ ନିରାପଦ ସ୍ଥାନକୁ ପ୍ରସବ ପାଇଁ ଡାକ୍ତର ଖାନାକୁ ନିଆଯାଇଛି।ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ରହୁଥିବା ଲୋକମାନଙ୍କର ଯେମିତି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଖାଦ୍ୟ ଠାରୁ ଆରମ୍ଭ କରି ଆବଶ୍ୟକ ଔଷଧ ପାନୀୟ, ଜଳ,ପଲିଥିନ,ଲାଇଟର ସମସ୍ଥ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା।ବାତ୍ୟା ଦାନା ପାଇଁ ୧୯୭ ଗୋଟି ରେଳସେବାକୁ ବାତିଲ କରାଯାଇଛି ।୯ଗୋଟି ଜିଲ୍ଲାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକ ମାନଙ୍କୁ ସତର୍କ କରାଯାଇ କୋଠାଘରେ ରହିବାକୁ ପରାମର୍ଶ ଦିଆଯାଇଛି,କଚାଘରେ ରହୁଥିବା ଲୋକମାନଙ୍କୁ ତୁରନ୍ତ ବାତ୍ୟା ଆଶ୍ରୟ ସ୍ଥଳକୁ ପଠାଯାଇଛି।
Recent Comments