ବୌଦ୍ଧ,୨୨/୧୦(ଆଧାର ମିଡ଼ିଆ) ବୌଦ୍ଧ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା ବିପୁଳ ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣ କୁ ଗିରଫ କରିଛି ବୌଦ୍ଧ ପୋଲିସ।ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ଦେଇଥିବା ସୂଚନା ମୋତେ ଗତକାଲି ୨୧ ତାରିଖ ପ୍ରାୟ ୯.୪୫ ମିନିଟ ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଇନପୁଟ୍ ଉପରେ ଆଧାର କରି ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାଗରାଜ ଦେବରକୋଣ୍ଡା ଙ୍କ ନିର୍ଦ୍ଦେଶ ରେ ବୌଦ୍ଧ ଥାନା ଅଧିକାରୀ ରଂଜୀତ କୁମାର ମୁନୀ ଙ୍କ ନେତୃତ୍ୱରେ ଏକ ଟିମ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ପନଖିମାଲ ନିକଟରେ ଏକ ବୋଲେରୋ ପିକ୍ ଅପ୍ ନମ୍ବର ଓଡ଼ି୦୩ଏଏ-୭୮୧୯ ରେ ୨କ୍ୱିଣ୍ଟାଲ ୮୫ କେଜି ଗଞ୍ଜାଇ ଏବଂ ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ କରିଥିଲା ଏବଂ ଆଜି ଦୁଇ ଅଭିଯୁକ୍ତ ଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ କେଶ ନଂ ୩୮୧/୨୪ ରେ କୋର୍ଟକୁ ପଠାଯାଇଛି।
Recent Comments