ଖୋର୍ଦ୍ଧା,୨୮/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ପ୍ରସନ୍ନ କୁମାର ସ୍ବାଇଁ) ନୟାଗଡ ଜିଲ୍ଲା ରାଜସୁନାଖଳା ସୁନାଖଳା ସାହି ସ୍ଥିତ ବିଶିଷ୍ଟ ଜ୍ୟୋତିର୍ବିଦ ପଣ୍ଡିତ ବ୍ରଜବନ୍ଧୁ ଙ୍କ ହୃଦଘାତରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି।ସୂଚନା ଅନୁଯାୟୀ ବିଶିଷ୍ଟ ଜ୍ୟୋତିର୍ବିଦ ପଣ୍ଡିତ ବ୍ରଜବନ୍ଧୁଙ୍କ (୭୧) ବର୍ଷ ବୟସରେ ହୃଦଘାତ ଜନିତରେ ପରଲୋକ ହୋଇଅଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ନିମନ୍ତେ ରାଜ ସୁନାଖଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ସେଠାର ତାଙ୍କର ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏ ଆଇ ଆଇ ଏମ୍ ଏସ ରେ ଭର୍ତ୍ତି କରିଥିଲେ।ସେଠାରେ ତାଙ୍କର ଚିକିତ୍ସା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ତେବେ ସ୍ବର୍ଗତ ପଣ୍ଡିତ ବ୍ରାଜବନ୍ଧୁ ଙ୍କ ୧୯୫୪ ମସିହାରେ ପିତା ସ୍ବର୍ଗତ ପୂର୍ଣ୍ଣ ଚନ୍ଦ୍ର ନାୟକ ଏକ ସଂଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।ବିଦ୍ୟାଧୟନ ପରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପରେ ରାଜ ସୁନାଖଳା ଅଞ୍ଚଳର ଜଣେ ବିଦ୍ୟାନ ଜୋତିର୍ବିଦ ଓ ଜ୍ୟୋତିଷ ବାଚସ୍ପତି ଥିଲେ।ସେ ୨୦୦୫ ମସିହାରେ ଭାଗ୍ୟଲିପି ପତ୍ରିକା ପକ୍ଷରୁ ସାଧକ ଶିରୋମଣି ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା।ଦିବ୍ୟସକ୍ତି ଅଷ୍ଟ୍ରୋ ରିସର୍ଚ୍ଚ ସେଣ୍ଟର କଟକ ପକ୍ଷରୁ ୧୯୮୫ ମସିହାରେ ସ୍ଵତନ୍ତ୍ର ଜ୍ୟୋତିଷ ସମ୍ମାନ ରେ ବିଭୋଷିତ ହୋଇଥିଲେ।ଏପରିକି ସେ ବହୁ ବର୍ଷଧରି ଗାଁ କାଳୀପୂଜା ମହୋତ୍ସବ ର ପ୍ରତିଷ୍ଠାତା ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ। ବେଶ୍ କମିଟିର ସଭାପତି ଥାଇ ସୁଚାରୁରୂପେ ଯାତରା ପରିଚାଳନା କରି ସବୁରି ପ୍ରିୟପାତ୍ର ହୋଇ ପାରିଥିଲେ।ସର୍ବୋପରି ସ୍ବର୍ଗତ ବ୍ରଜବନ୍ଧୁ ଜଣେ କଳାପ୍ରିୟ,ପରୋପକାରୀ ,ମିଷ୍ଟଭାଷୀ, ଧର୍ମପରାୟଣ ,ନିଷ୍କପଟ ,ବନ୍ଧୁବତ୍ସଳ, ମେଳାପି ଭାବେ ପ୍ରଶଂସନୀୟ ଥିଲେ।ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅତି ସହଜରେ ନିଭାଇବାରେ ସିଦ୍ଧହସ୍ତ ଥିଲେ।ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ,ପୁଅ,ଝିଅ, ନାତି,ନାତୁଣୀ,ବନ୍ଧୁବାନ୍ଧବ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ପରେ ଏକ ବିରାଟ ଶବଧାରାରେ ଗାଁ ପରିକ୍ରମା କରାଯାଇ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇ ଥିଲା।ବଡ଼ପୁଅ ଅରୁଣ ମହାପାତ୍ର ମୁଖାଗ୍ନି ଦେଇଥିଲେ ଓ ସାନ ପୁଅ ଅମିୟ ମହାପାତ୍ର ନିକଟରେ ଉପସ୍ଥିତ ରହିଥିଲେ।
Recent Comments