logo
add image
ଦହିବରା ଖାଇଦେଲା ବୋଲି ନାବାଳିକା ଝିଅ କୁ ପିଟି ପିଟି ହତ୍ୟା କଲା ସାବତ ମା।

ଦହିବରା ଖାଇଦେଲା ବୋଲି ନାବାଳିକା ଝିଅ କୁ ପିଟି ପିଟି ହତ୍ୟା କଲା ସାବତ ମା।

ଖୋର୍ଦ୍ଧା,୨୫/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ପ୍ରସନ୍ନ କୁମାର ସ୍ବାଇଁ ) ୨୦ ଟଙ୍କାର ଦହିବରା କିଣି ଖାଇଦେଲା ବୋଲି ନିଜର ନାବାଳିକା ସାବତ ଝିଅକୁ  ପିଟିପିଟି ମାରିଦେଲା ସାବତ ମାଆ ।ଏପରିକି ପ୍ରମାଣ ନଷ୍ଟ କରିବାକୁ ସାବତ ମାଆ ତାର ବାପ ଘର ଲୋକଙ୍କ ସହାୟତାରେ ନାବାଳିକାକୁ ପୋଡି ଦେବାକୁ ଚେଷ୍ଟା କରିବା ସମୟରେ ଶବ ଜବତ କରିଛି ପୋଲିସ୍। ଏବଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ ଥାନା ବାଉଁଶବାଟୀ ପଞ୍ଚାୟତର ପୋଡାସାହି ଗ୍ରାମରେ।୨୦ ବର୍ଷ ତଳେ ସୁକୁଟା ସ୍ବାଇଁ ଶାଳପଡା ପଞ୍ଚାୟତ ବାରବାଟୀ ଗ୍ରାମର ଶଶୀ ସ୍ବାଇଁଙ୍କୁ ବିବାହ କରିଥିଲେ ଓ ୯ ବର୍ଷ ହେଲା ଶଶୀଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କର ଦୁଇଟି ଝିଅ ଥିଲେ | ଗୋଟିଏ ଝିଅ ପଡୋଶୀ ଘରକୁ ଦେଇ ଦେଇଥିଲା ବେଳେ ଦ୍ୱିତୀୟ ଝିଅ ତୁଳସୀ ନବମ ଶ୍ରେଣୀରେ ପାଠ ପଢୁଛନ୍ତି| ସ୍ବାମୀ ସୁକୁଟା କିଛି ବର୍ଷ ହେଲା ନିକଟସ୍ଥ କଳପଙ୍ଗି ଗ୍ରାମର ମଣ୍ଡା ସ୍ବାଇଁଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ଓ ତାଙ୍କର ୪ ମାସର ଏକ ପୁଅଟିଏ ହୋଇଛି | ମଣ୍ଡା ସବୁବେଳେ ସାବତ ଝିଅ ତୁଳସୀକୁ ନିର୍ଯାତନା ଦେଉଥିଲେ। ମଙ୍ଗଳବାର ଦିନ ସାବତ ଝିଅ ପଦ୍ମାବତୀ ପାଠ ପଢିବାକୁ ଯାଇଥିଲା ବେଳେ ସେଠାରେ ୨୦ ଟଙ୍କାର ଦହବରା କିଣି ଖାଇ ଦେଇଥିଲା। ଏହାକୁ ନେଇ ବୁଧବାର ଦିନ ସାବତ ମାଆ ମଣ୍ଡା ସାବତ ଝିଅ ତୁଳସୀକୁ ପିଟିପିଟି ମାରି ଦେଇଥିଲା। ଖବରପାଇ ତୁଳସୀଙ୍କ ମାମୁ ଘର ବାରବାଟୀରୁ ଲୋକ ପହଞ୍ଚି ସ୍ମଶାନରୁ ତୁଳସୀର ମୃତ ଦେହ ଜବତ କରି ଫତେଗଡ ପୋଲିସ ଶବ ଜବତ କରିବା ସହ ଲିଖତ ଅଭିଯୋଗ କରିଛନ୍ତି। ମୃତ ଝିଅର ବାପା ସୁକୁଟା ମାସେ ହେଲା ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ବେଳେ ବୁଧବାର ଦିନ ସାବତ ମାଆ ମଣ୍ଡା ପିଟିପିଟି ମାରି ଦେଇଥିଲା। ଖବରପାଇ ଫତେଗଡ ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି ଝିଅର ମାମୁଁ।  ଖସି ପଳାଉଥିବା ସାବତ ମାଆକୁ ଥାନା ରେ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲିସ ।

Recent Comments

Leave Comments

Top