ଭଟଲି,୨୯/୧୦/୨୦୨୪(ଆଧାର ମିଡ଼ିଆ)ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ, ଚକରକେନ୍ଦ ଛକ,ବରଗଡ଼ କୁ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ସୌଜନ୍ୟ ମୂଳକ ପରିଦର୍ଶନରେ ଆସି ଥିଲେ।ଆଶ୍ରମ ସମ୍ମୁଖରେ ଲବଙ୍ଗ ସାହୁ ଫୁଲଗୁଛ ଦେଇ ସ୍ୱାଗତ କରିଥିବା ବେଳେ ମାତୃଛାୟା ଓ ବାନପ୍ରସ୍ଥ ର ଅନ୍ତେବାସୀ ମାନେ ପୁଷ୍ପ ବୃଷ୍ଟି କରି ସ୍ୱାଗତ କରିଥିଲେ।ଆଶ୍ରମ କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ଗିରିଜା ଶଙ୍କର ଆଚାର୍ଯ୍ୟ ଉପଢୌକନ ଦେଇଥିବାବେଳେ ଆଶ୍ରମର ମୁଖ୍ୟ ଶ୍ରୀ ଦେବଦତ୍ତ ତ୍ରିପାଠୀ,ଶ୍ରୀମଦ ଭାଗବଦ ଗୀତା ଉପହାର ସ୍ୱରୂପ ପ୍ରଦାନ କରିଥିଲେ।ସଂଯୁକ୍ତ ଯୁବ ସଂଗଠନ ଓ ଆଶ୍ରମ କମିଟିର କର୍ମକର୍ତାଙ୍କ ସହ ସାଂସଦ ସୌଜନ୍ୟ ମୂଳକ ଆଲୋଚନା କରି ଆଶ୍ରମର ପରିଚାଳନା ତଥା ସୁଖ ଦୁଃଖ ବିଷୟ ଉପରେ ପଚାରିବୁଝିଥିଲେ।ନୂତନ ନିର୍ମାଣlଧୀନ ଶାନ୍ତି ତପୋବନ ଆଶ୍ରମ ତଥା ନର ନାରାୟଣ ସେବା ମନ୍ଦିର ଆସନ୍ତା ଫେବୃଆରୀ ମାସରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ଉପରେ ଆଲୋଚନା ହୋଇ ଉତ୍ସବକୁ ଭବ୍ୟ କରିବା ସହ ସସମ୍ମାନ ପୂର୍ବକ ମୁଖ୍ୟ ଅତିଥି ଭାବରେ ମହାମହିମା ରାଷ୍ଟ୍ରପତିଙ୍କୁ ନିବେଦନ କରିବା ଦିଗରେ ସହଯୋଗ କରିବା ପାଇଁ ସାଂସଦକୁ ଅନୁରୋଧ କରାଯାଇଥିଲା।ଏହାପରେ ନିର୍ମାଣlଧୀନ ଆଶ୍ରମ ସ୍ଥଳକୁ ଯାଇ ନିର୍ମାଣକାର୍ଯ୍ୟ ବୁଲି ଦେଖିଥିଲେ।
ସାଂସଦଙ୍କ ପରିଦର୍ଶନ କାଳରେ ଆଶ୍ରମର ବରିଷ୍ଠ ସଦସ୍ୟ ଶ୍ରୀ ଗିରିଜlଶଙ୍କର ଆଚାର୍ଯ୍ୟ,ସଂଯୁକ୍ତ ଯୁବ ସଂଗଠନର ସଭାପତି ଶ୍ରୀ ସୁରେନ୍ଦ୍ର ମେହେର, ଗୌର ଚରଣ ସା,ଆଶ୍ରମ ନିର୍ମାଣ କମିଟିର ସଦସ୍ୟ ରଂଜିତ ସାହୁ ଓ ଅନ୍ୟlନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l
Recent Comments