ଗୁଣୁପୁର/ରାୟଗଡା,୨୯/୧୦/୨୦୨୪(ଆଧାର ମିଡ଼ିଆ)ଦୀର୍ଘ ମାସର ନୀରବତା ପରେ ହଠାତ ଚିହିଁକି ଉଠିଛି ବିଜୁ ଜନତା ଦଳ।ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ଆଜି ଦଳ ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା କରାଯାଇଛି।ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ପଦଯାତ୍ରା ଓ ବାଇକ ଶୋଭାଯାତ୍ରା କରାଯାଇଥିଲା।ଏହି ବିଶାଳ ଶୋଭାଯାତ୍ରାରେ ବିଜେଡି ର ଦଳୀୟ କର୍ମୀ,ନେତା,ବିଜୁପ୍ରେମୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।ବର୍ତ୍ତମାନ ର ଶାସକ ବିଜେପି ସରକାର କେବଳ କଥା କୁହା ସରକାର କିଛି ଉନ୍ନତି ମୂଳକ କାର୍ଯ୍ୟ ରାଜ୍ୟବାସୀଙ୍କ ହିତ ସାଧନ ନିମନ୍ତେ କରୁ ନାହାନ୍ତି।ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ ଓ ଯୋଜନା କୁ ନାମ ପରିବର୍ତ୍ତନ କରି ବଡ଼ ବଡ଼ କଥା କହି ଲୋକଙ୍କୁ ଭୁଆ ବୁଲାଉଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।ବର୍ତ୍ତମାନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଖାଦ୍ୟ ପଦାର୍ଥ ର ଅହେତୁକ ମୂଲ୍ୟ ବୃଦ୍ଧି ପାଇଛି ଦରଦାମ ନିୟନ୍ତ୍ରଣ କରିବା ରେ ସରକାର ବିଫଳ।କୃଷି,ଶିଳ୍ପ ଓ ଚାଷୀ ଙ୍କ ପାଇଁ କିଛି ବି କାମ ହେଉନାହିଁ ବୋଲି କୁହାଯାଇଛି।ଆଜିର କାର୍ଯ୍ୟକ୍ରମ ରେ ପୂର୍ବତନ ଆଇନ ମନ୍ତ୍ରୀ ଜଗନ୍ନାଥ ସରକା,ପୂର୍ବତନ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ପୂର୍ବତନ ବିଜେଡି ଜିଲ୍ଲା ସଭାପତି ସୁଧୀର ଦାଶ, ଅନୁସୂୟା ମାଝୀ,ଦେବୀ ଆଚାର୍ଯ୍ୟ,ରାମ ପ୍ରସାଦ ପଣ୍ଡା, ଭାଷା ଶତପଥୀ,ବିଷ୍ଣୁ ପଣ୍ଡା,ଶିବ ପ୍ରସାଦ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।
Recent Comments