ବଲାଙ୍ଗୀର,୨୮/୧୦/୨୪(ଆଧାର ମିଡ଼ିଆ//ରିପୋର୍ଟ-ସିଦ୍ଧେଶ୍ୱର ପାଣିଗ୍ରାହୀ) ଜିଲ୍ଲା ପର୍ଶୁରାମ ବାହିନୀ(କଲ୍ୟାଣ କମିଟି)ପକ୍ଷରୁ ପର୍ଶୁରାମ ବାହିନୀ କକ୍ଷ ପ୍ରାଙ୍ଗଣରେ ପଶ୍ଚିମା୍ଚଳ ଶାଖା ର ରାଜ୍ୟ ସଂଯୋଜକ ଭାବେ ଅଖିଳ ବ୍ରାହ୍ମଣ ମହାସଭା, ଓଡିଶା, ମନୋନୀତ କରିଥିବା ଯୋଗୁଁ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଶ୍ରୀଯୁକ୍ତ ଗୋପବନ୍ଧୁ ପୁରୋହିତ ଉପସଭାପତି ବ୍ରାହ୍ମଣ ମହାସଭା ବଲାଙ୍ଗୀର ଜିଲ୍ଲା ଙ୍କ ସଭାପତିତ୍ବ ରେ ଶ୍ରୀ ନରେନ୍ଦ୍ର କୁମାର ଆଚାର୍ଯ୍ୟ ନଗର ସଭାପତି ବ୍ରାହ୍ମଣ ମହାସଭା ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ଶ୍ରୀଯୁକ୍ତ ଜୟରାମ ମିଶ୍ର ଅତିଥି ପରିଚୟ ଦେବା ସହିତ ସମ୍ୟକ୍ ବିବରଣୀ ଦେଇ ଶ୍ରୀ ପାଣିଗ୍ରାହୀ ଙ୍କୁ ଉପଢୋକନ ପ୍ରଦାନ କରି ସମ୍ମାନିତ କରିଥିଲେ। ବରିଷ୍ଟ ସଭ୍ୟ ଶିବଶଙ୍କର ଖୁଆସ ମଧ୍ୟ ପୁଷ୍ପମାଲ୍ୟ,ଉପଢୋକନ ଦେଇଥିଲେ, ଏବଂ ଶେଷରେ କାର୍ଯ୍ୟକାରୀ ସଦସ୍ୟ ଶିବ ନାରାୟଣ ରଥ, ପର୍ଶୁରାମ ବାହିନୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ ବୈଠକ ରେ ବ୍ରାହ୍ମଣ ମହାସଭା, ପର୍ଶୁରାମ ବାହିନୀ ସଦସ୍ୟ ବୃନ୍ଦ ଯଥା:, ସର୍ବସ୍ରୀ ସନ୍ତୋଷ କୁମାର ତ୍ରିପାଠୀ, ସୁବାଷ ଚନ୍ଦ୍ର ଶତପଥୀ,ଜଗଦୀଶ ନାଥ,କୃପାସିନ୍ଧୁ ମିଶ୍ର,ପ୍ରଶାନ୍ତ ଶତପଥୀ,ପ୍ରସନ୍ନ କୁମାର ମିଶ୍ର,ସୁବାଷ ଚନ୍ଦ୍ର ଦାସ, ଅନନ୍ତ ବିଶୋଇ,ସର୍ଜନ ଆଚାର୍ଯ୍ୟ, ମନୋଜ କୁମାର ତ୍ରିପାଠୀ,ବିଶ୍ଵମୟ ପୁଝାରୀ ତଥା ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥାଇ ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଭୂୟସୀ ପ୍ରଶଂସା କରିଥିଲେ।
Recent Comments