କାକଟପୁର,୩୦/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ)ଗତ କିଛିଦିନ ତଳେ କାକଟପୁର ଥାନା ଅଧିନସ୍ଥ ଫକୀର ସାହି ଉପ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରୀ ଯାଇଥିବା ଆସବାବପତ୍ର ଓ ସେହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ କଳାକନା ବୁଲାଇ ଥିଲେ ଏହି ୨ ଜଣ ସିନ୍ଧିଚୋର।କାକଟପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ଫଳରେ ଏହି ୨ ଚୋରଙ୍କୁ ଧରିବାରେ ସଫଳ ହୋଇଛି।ସେମାନେ ହେଲେ ଏହି ଥାନା ଅଧିନସ୍ଥ ବୋଦଳା ଗ୍ରାମର ପବନି ଓରଫ ପବିତ୍ର କାଣ୍ଡି ଏବଂ ଅଶୋକ କାଣ୍ଡି।ଗତକାଲି ଉକ୍ତ ୨ ଜଣଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ବ୍ୟାଟେରୀ, ଇନଭର୍ଟର ମେସିନ, ଚେୟାର ଓ ଫ୍ରିଜ ଜବତ କରିଛି।ଏମାନେ ଚାରିଛକ, ନିମାପଡା ସମେତ ପୁରୀଜିଲ୍ଲାର ବିଭିନ୍ନ ବଡ଼ ବଡ଼ ଡକାୟତଙ୍କ ସହିତ ସମ୍ପର୍କ ରଖି ଡକାୟତ କରୁଥିବା ପୋଲିସ ଜାଣିବାକୁ ପାଇଛି।ଏମାନଙ୍କ ବିରୁଦ୍ଧରେ ଦଫା ୩୩୧,୩୦୫,୩୧୭, ୩(୫),୩୧୭(୨) କେଶ ନମ୍ବର ୧୧୫,୨୦୨ରେ ମାମଲା ରୁଜୁ କରାଯାଇ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି l ଏ ସଂକ୍ରାନ୍ତରେ ଅଧିଜ ତଦନ୍ତ ଚାଲୁ ରହିଛି ବୋଲି କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରା ପ୍ରକାଶ କରିଛନ୍ତି l
Recent Comments