ଖୋର୍ଦ୍ଧା,୦୨/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ ରମାମଣୀ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କଣ୍ଟାବାଡ଼ ମହାବିଦ୍ୟାଳୟ ଠାରେ ତିନିଦିନ ଧରି ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଆୟୋଜିତ କରାଯିବ।ଏହି ଶିବିରକୁ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ରଥ ଙ୍କ ସଭାପତିତ୍ବରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ବକ୍ତା ଭାବେ ବେଗୁନିଆ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ରଞ୍ଜନ କୁମାର ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ଵରାନିତ କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଗଙ୍ଗାଧର ଦାଶ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ପ୍ରତାପ କୁମାର ମେହେର ମଞ୍ଚ ସଞ୍ଚାଳନ କରିଥିଲେ ।ଅଧ୍ୟାପକ ଦିଲୀପ କୁମାର ଛାଟିଆ ମଞ୍ଚ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ଗୋଟି ମହାବିଦ୍ୟାଳୟରୁ ୧୨୦ଜଣ ପ୍ରଶିକ୍ଷଣ ଛାତ୍ର ଛାତ୍ରୀ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ରେ ଅଂଶଗ୍ରହଣ କରିଛନ୍ତି।ଏଥରେ ରମାମଣି ମହାବିଦ୍ୟାଳୟର ସମସ୍ତ ଅଧ୍ୟକ୍ଷ ଅଧ୍ୟକ୍ଷା ଙ୍କ ସମେତ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।ପରିଶେଷରେ ଅଧ୍ୟାପକ ଶ୍ୟାମା ପ୍ରସାଦ ଶତପଥୀ ଧନ୍ୟବାଦ ଦେଇଥିଲେ।
Recent Comments