ଖୋର୍ଦ୍ଧା,୦୩/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ) ରାଜ୍ୟ ତଥା ରାଜ୍ୟ ବାହାରେ ଅଂଚଳର ପାରମ୍ପରିକ ସଂସ୍କୃତି,ଲୋକକଳା ବୈଭବ, ଭାଇଚାରା,ଗର୍ବ,ଗୌରବ ଓ ଗରିମାକୁ ଉଜ୍ଜୀବିତ କରିପାରିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମହୋତ୍ସବ।ସୂଚନା ଅନୁଯାୟୀ ୨୬ ଡିସେମ୍ବର ୨୦୦୪ ମସିହାରେ ଶିଶୁ ଭାବେ ବୋଲଗଡ଼ ମହୋତ୍ସବ ଜନ୍ମ ଗ୍ରହଣ କରି ଆଜି ଯୌବନରେ ପଦାର୍ପଣ କରିଛି।ଏହି ପାରମ୍ପରିକ ବୋଲଗଡ଼ ମହୋତ୍ସବର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଜାନକୀ ବଲ୍ଲଭ ପାଢ଼ୀଙ୍କ ଅଧ୍ୟକ୍ଷତାରେ କର୍ମକର୍ତ୍ତା ତଥା କମିଟିର ନିଷ୍ପତି କରିଥିଲା ।ଏହି ଅଂଚଳର ନିର୍ବାଚିତ ଜନପ୍ରତିନିଧି ତଥା ସ୍ଥାନୀୟ ବିଧାୟକ ମହୋତ୍ସବ କମିଟିର ଅଧକ୍ଷ ଦାୟୀତ୍ୱ ବହନ କରିବେ। ଏହି ପାରମ୍ପରିକ ନୀତିନିୟମ ଆଦିକୁ ବଜାୟ ରଖି ରବିବାର ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ କମିଟି ଦ୍ଵାରା ଆୟୋଜିତ ଏକ ସାଧାରଣ ସଭା ଅନୁଷ୍ଟିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ବୋଲଗଡ଼ ମହୋତ୍ସବର ନୂତନ ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହା ପ୍ରତିବର୍ଷ ଡିସେମ୍ବର ୨୬ରୁ ୩୦ ତାରିଖ ୫ଦିନ ଧରି ବହୁ ଆଡ଼ମ୍ବରେ ଚାଲି ଆସୁଥିବା ସହିତ ପ୍ରବଳ ଲୋକ ସମାଗମ ହେଉଛନ୍ତି।ଏହି ପରିପ୍ରେକ୍ଷୀରେ କମିଟି ପକ୍ଷରୁ ବିଧାୟକ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ସାଧାରଣ ସଭାରେ କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ପରିଡା ଙ୍କ ସଭାପତିତ୍ୱ କରିଥିଲେ।ଏଥିରେ ସାଧାରଣ ସମ୍ପାଦକ ବୀର ଦାସ,ବରିଷ୍ଠ ସଦସ୍ୟ ଲଲାଟେନ୍ଦୁ କେଶରୀ ସିଂହ, ପ୍ୟାରୀ ମୋହନ ଦାସ,ପୂର୍ବତନ ବ୍ଲକ ଅଧକ୍ଷ ବାନାମ୍ବର ମାଝି ଓ ସନାତନ ପାଟ୍ଟଶାଣୀ ପ୍ରମୁଖ ମଞ୍ଚାସିନ ଥିଲେ। ସେହିପରି ଏହି ସଭାରେ ବ୍ଲକର ୧୯ ଗୋଟି ପଞ୍ଚାୟତର ଜନପ୍ରତିନିଧି ସରପଞ୍ଚ,ବ୍ଲକ ସମିତି ମେମ୍ବର,ବରିଷ୍ଠ ନାଗରିକ,ଆଇନଜୀବି,ସାମ୍ବାଦିକ,ବ୍ଲକ ବିଜେଡି ମହିଳା ସଭାପତି,ବିଜେପି ଓ କଂଗ୍ରେସ ବ୍ୟକ୍ତି ବିଶେଷଙ୍କ ସମେତ ଅଂଚଳର ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।ଶେଷରେ କମିଟିର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ବୋଲଗଡ଼ ଅଂଚଳର ପ୍ରମୁଖ ବ୍ୟକ୍ତି,ବିଶେଷ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଥିଲେ।ଶେଷରେ କମିଟିର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments