logo
add image
ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ଖୋର୍ଦ୍ଧା,୦୩/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଆସନ୍ତା ନଭେମ୍ବର ୧୬ ତାରିଖ ରେ ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ଜ଼ିଲ୍ଲା ପ୍ରେସ କ୍ଲବ ଖୋର୍ଦ୍ଧା ପକ୍ଷରୁ ଏକ ପ୍ରସ୍ତୁତି କାଳୀନ ବୈଠକ ସାମ୍ବାଦିକ ଭବନ ଠାରେ ପ୍ରେସ କ୍ଲବ ସଭାଗୃହ ରେ ଅନୁଷ୍ଟିତ ହୋଇଯାଇଛି।ପ୍ରେସ କ୍ଳବର ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକ ରେ ପ୍ରେସ କ୍ଲବ ର ସଭାପତି ଶ୍ରୀଯୁକ୍ତ ସାମନ୍ତରାୟ ଜାତୀୟ ପ୍ରେସ ଦିବସ ପାଳନ କିପରି ଭାବରେ ପାଳନ କରାଯିବ ସେ ସମ୍ପର୍କ ରେ ସମ୍ୟକ ସୂଚନା ଦେଇଥିଲେ।କ୍ଲବ ର ଉପଦେଷ୍ଟା ତଥା ବରିଷ୍ଟ ସାମ୍ବାଦିକ ତପନ କୁମାର ନାୟକ ଜାତୀୟ ପ୍ରେସ ଦିବସ ଟିକୁ କିପରି ଭାବରେ ପାଳନ କରାଯିବ ଏବଂ ଅତିଥି ଚୟନ ସମ୍ପର୍କ ରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ପ୍ରେସ କ୍ଲବ ର ଆଇନ ପରାମର୍ଶଦାତା ଅବ୍ୟକ୍ତ ହରି ହର ଖାଡ଼ଙ୍ଗା, ଉପ-ସଭାପତି ପ୍ରସନ୍ନ କୁମାର ପାଇକରାୟ, ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ,ଯୁଗ୍ମ ସମ୍ପାଦକ ପ୍ରବୀଣ ଭଞ୍ଜ,ରଞ୍ଜିତ ସାମନ୍ତରାୟ,କ୍ଲବ ର ପରିଚାଳନା ପରିଷଦ ସଦସ୍ୟ ପ୍ରକାଶ କୁମାର ହାତୀ,ପ୍ରଭାତ ପାଣିଗ୍ରାହୀ,ସୟଦ ଲିୟାକତ ଅଲ୍ଲୀ,ଆକାଶ କୁମାର ବିଶ୍ୱାଳ, ରଞ୍ଜିତ କୁମାର ପାଟଶାଣୀ,ସେକ ଆର୍ଶlଦୁଲ ହକ,ସେକ ଆବ୍ରାଉଲ ହକ,ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ,ମହମ୍ମଦ ମୋତାହାର ଯୁସୁଫ,ପ୍ରମୋଦ ମହାପାତ୍ର,ଶରତ ବାରିକ,ଅୟସ ମହାନ୍ତି,ରାମଚନ୍ଦ୍ର ଜୁଝାର ସିଂହ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ନିଜ ନିଜର ବହୁ ମୂଲ୍ୟ ମତାମତ ଉପସ୍ଥାପନ କରିଥିଲେ।ଜାତୀୟ ପ୍ରେସ ଦିବସ  ଦିନ ଖୋର୍ଦ୍ଧା ସାମ୍ବାଦିକ ଭବନ ଠାରେ ଏକ ସଭା ର ଆୟୋଜନ ସହିତ ପ୍ରେସ କ୍ଲବ ର ସଦସ୍ୟ/ସଦସ୍ୟା ମାନଙ୍କୁ ପରିଚୟପତ୍ର ବଣ୍ଟନ, ସମ୍ବାଦପତ୍ର ଗୁଡିକ ର ପ୍ରଦର୍ଶନ,ସୂଚନା ପତ୍ରିକା ର ଉନ୍ନ୍ମୋଚନ ଏବଂ ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିସ୍ତିତ ହେଉଥିବା ରୋଗୀ ମାନଙ୍କୁ ମୁଖ୍ୟଅତିଥି ଙ୍କ ଦ୍ୱାରା ଫଳ ବଣ୍ଟନ ପ୍ରଭୃତି କାର୍ଯ୍ୟକ୍ରମମାନ କରାଯିବ ବୋଲି ପ୍ରେସ କ୍ଲବ ର ସଭାପତି ଶ୍ରୀଯୁକ୍ତ ସାମନ୍ତରାୟ ଘୋଷଣା କରିବା ସହିତ ଏହିକାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ପ୍ରେସ କ୍ଲବ ର ସମସ୍ତ ସଦସ୍ୟ/ସଦସ୍ୟା ଙ୍କ ସହଯୋଗ କାମନା କରିଥିଲେ l

Recent Comments

Leave Comments

Top