logo
add image
ଭାରସାମ୍ୟ ହରାଇ ଗଛକୁ ପିଟିଲା କାର ୪ ଜଣ ଯୁବକ ଗୁରୁତ୍ୱର।

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର ୪ ଜଣ ଯୁବକ ଗୁରୁତ୍ୱର।

ବୌଦ୍ଧ,୩/୧୧/୨୦୨୪(ଆଧାର ମିଡ଼ିଆ)ଆଜି ରାତ୍ରୀରେ ଭାରସାମ୍ୟ ହରାଇ ଏକ କାର୍ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ରେ କାର ଟି ସମ୍ପୂର୍ଣ୍ଣ ଚୂରମାର ହୋଇଥିବା ବେଳେ ସେଥିରେ ଥିବା ଚାରି ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ପ୍ରାପ୍ତ ସୂଚନା ମୋତେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣାକଟକ ଥାନା ଅନ୍ତର୍ଗତ ବୌଦ୍ଧ- କନ୍ଧମାଳ ଜିଲ୍ଲା ସୀମାନ୍ତ ଠାରେ ଆଜି ପ୍ରତ୍ୟୁଷରେ ଘୋଡାଡିଆଁ ରାସ୍ତାରେ ଏକ କାର ଗଛରେ ପିଟିହେବା ଫଳରେ କାରରେ ବସି ଥିବା ବୌଦ୍ଧ ସହରର ଚାରିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।ଗୁରୁତର ମାନଙ୍କୁ ପ୍ରଥମେ ପୁରୁଣାକଟକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା।ସେଠାରୁ ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ସେମାନଙ୍କ ଅବସ୍ଥା ସଂଙ୍କଟାପତ୍ନ ହେବାରୁ ଡାକ୍ତର ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।ଯୁବକ ଚାରିଜଣ ହେଉଛନ୍ତି, ବୌଦ୍ଧ ସହରର ଶ୍ରୀରାମ ଅଗ୍ରୱାଲା,କିସ ଅଗ୍ରୱାଲା,ରୋହିତ ସାହୁ, ଧ୍ରୁବ ଅଗ୍ରୱାଲା ଚାରିଜଣ ସାଙ୍ଗ ମିଶି କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଡକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

Recent Comments

Leave Comments

Top