logo
add image
ସାପ କାମୁଡା ରେ ମହିଳା ମୃତ୍ୟୁ,ଚିକିତ୍ସା ଅବହେଳା ନେଇ ପରିବାର ପକ୍ଷରୁ ଅଭିଯୋଗ।

ସାପ କାମୁଡା ରେ ମହିଳା ମୃତ୍ୟୁ,ଚିକିତ୍ସା ଅବହେଳା ନେଇ ପରିବାର ପକ୍ଷରୁ ଅଭିଯୋଗ।

ଖୋର୍ଦ୍ଧା,୦୩/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଡପାରୀ ଗ୍ରାମର ଜଣେ ମହିଳା ସାପ କାମୁଡ଼ା ରେ ମୃତୁ ହୋଇଛି।ଚିକିତ୍ସା ଅବହେଳାରୁ  ରୋଗୀଙ୍କ ମୃତୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ଆଣିଛନ୍ତି।ମହିଳା ଜଣଙ୍କ ହେଲେ ଟାଙ୍ଗୀ ନିକଟସ୍ଥ ବଡପାରୀ ଗ୍ରାମର ଅନୁଷୟା ମହାରଣା ୫୦ବର୍ଷ।ସୂଚନା ଅନୁଯାୟୀ ଅନୂଷୟା ଙ୍କୁ ଏକ ବିଷଧର ସର୍ପ ଦଂଶନ କରିବାରୁ ମହିଳାଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ଟାଙ୍ଗୀ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ।ଚିକିତ୍ସା ବେଳେ ଡ଼ାକ୍ତରଖାନା ପକ୍ଷରୁ କୈ।ଣସି ଇଞ୍ଜେକସନ୍ ଦିଆ ନଯାଇ ଔଷଧ ଦୋକାନରୁ ଇଞ୍ଜେକସନ୍ କିଣି ଆଣିବା ପାଇଁ ଡାକ୍ତର ବାବୁ ପରାମର୍ଶ ଦେଇ ଥିଲେ।ଏଥି ଯୋଗୁଁ ଚିକିତ୍ସା ରେ ବିଳମ୍ବ ଘଟିଥିଲା । ରୋଗୀଙ୍କୁ ଚିକିତ୍ସା ରେ ବହୁ ଅବହେଳା କରିଥିଲେ ।ତେବେ ରୋଗୀଙ୍କ ପାଖକୁ କୌଣସି ଡାକ୍ତର କିମ୍ବା ଆଟେଣ୍ଡାଣ୍ଟ ଓ ଷ୍ଟାଫ ନର୍ସ ମଧ୍ୟ ରୋଗୀଙ୍କ ପାଖ ଆସି ନଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯେତେବେଳେ ରୋଗୀ ଙ୍କର ମୃତ୍ୟୁ ହୋଇଥିବା ଜଣାପଡିବଲା ସେତେବେଳେ ଅତି ତରବରିଆ ଭାବେ ରୋଗୀ ଙ୍କୁ ଖୋର୍ଦ୍ଧା/ଭୁବନେଶ୍ୱର କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ  କାଗଜ ଖଣ୍ଡିଏ ଧରାଇଦେଲେ ଡାକ୍ତର ବାବୁ।ଡାକ୍ତର ବାବୁ ଙ୍କର  ଅବହେଳା ନେଇ  ଡ଼ାକ୍ତରଖାନା ପରିସରରେ ହୋ-ହଲ୍ଲା ହେଲା କରିଥିଲେ।ତେବେ ଖବର ପାଇ ସ୍ଥାନୀୟ ସରପଞ୍ଚ ପହଞ୍ଚି ବୁଝାସୁଝା ବେଳେ ଡାକ୍ତର ବାବୁ ଓ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଙ୍କର ଚିକିତ୍ସା ରେ ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଥିଲା ।ହୋ ହାଲ୍ଲା ନେଇ ଚିକିତ୍ସିତ କରୁଥିବା ଡାକ୍ତର ବାବୁ ମାଡ଼ପିଟ୍ ଭୟରେ ସେଠାରୁ ଛାଡ଼ି ଚାଲିଯାଇଥିଲେ।ଅନ୍ୟପଟରେ ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା ଓ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଟାଙ୍ଗୀ ଡ଼ାକ୍ତରଖାନାର ସୁପରିନ୍-ଟେଣ୍ଡେଣ୍ଟ ଡାକ୍ତର ସତ୍ୟ ରଞ୍ଜନ ନନ୍ଦ ସୂଚନା ଦେଇଥିଲେ।

Recent Comments

Leave Comments

Top