logo
add image
ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଶିଳାନ୍ୟାସ କଲେ ବିଧାୟକ ।

ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଶିଳାନ୍ୟାସ କଲେ ବିଧାୟକ ।

ଖୋର୍ଦ୍ଧା,୩/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ କଳାଙ୍ଗ ପଞ୍ଚାୟତ କଳାଙ୍ଗ ଗ୍ରାମର ଗୋଛାବରୀ ପଡିଆରେ ରବିବାର ନୂତନ ଭାବେ ସ୍ୱାସ୍ଥ୍ୟ ଉପ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ତେବେ ସ୍ଥାନୀୟ ଜନସାଧାରଣ ଙ୍କର ବହୁଦିନର ଦାବି କରି ଆସୁଥିଲେ ।ବିଧାୟକ ଶ୍ରୀ ସାହୁଙ୍କ ପ୍ରତିଶ୍ରୁତି ଦେଇଥିଲେ।ସେହି ପ୍ରତିଶ୍ରୁତି ଅନୁଯାୟୀ  ଉପ ସ୍ବାସ୍ଥ୍ୟ କେନ୍ଦ୍ର ର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ବହୁ ଦିନର ଆଶା ଆକାଂକ୍ଷା ପୂରଣ ହୋଇଛି ବୋଲି ପ୍ରକାଶ ଜନ ସାଧାରଣ ଉତ୍ସାହିତ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ,ସମିତି ମେମ୍ବର , ଜିଲ୍ଲାପରିଷଦ ଓ ବିଜେଡି କର୍ମକର୍ତ୍ତାସମେତ ବହୁ ଗ୍ରାମବାସୀ ଯୋଗଦେଇଥିଲେ।

Recent Comments

Leave Comments

Top