ପିପିଲି,୦୪/୧୧/୨୦୨୪( ଆଧାର ମିଡ଼ିଆ )ପୁରୀ ଜଳସେଚ ବିଭାଗ ଡିଭିଜନ ଅଧୀନରେ ଥିବା ପିପିଲି ଉପଖଣ୍ଡ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ଭାର୍ଗବୀ ନଦୀ ବନ୍ଧ ଶ୍ରୀକଣ୍ଠପୁର ଠାରୁ ମୌଜିବେଗ ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ସମୟ ସିମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହୋଇ ଯାଇ ଅଛି.ଉକ୍ତ କାର୍ଯ୍ୟ ପାଇଁ ପିପିଲି ଉପ ଖଣ୍ଡ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଚିତ୍ରା ନନ୍ଦ ମାଝୀ।ସେକ୍ସନ ଅଫିସର ସହକାରୀ ଯନ୍ତ୍ରୀ ହେମାଂଶୁ ଶେଖର ମାନ୍ଧାତା ଏବଂ ସେକ୍ସନ ଅଫିସର ଖଲାସୀ କର୍ମଚାରୀ ସହଯୋଗରେ କରାଯାଇଛି ବୋଲି ଅଞ୍ଚଳ ବାସି ମାନେ ପ୍ରକାଶ କରି ଛନ୍ତି.ଏହି କାର୍ଯ୍ୟପାଇଁ ବିଭାଗ ତରଫରୁ ୫ କୋଟି ୬ ଲକ୍ଷ ୬୦ ହଜାର ବ୍ୟୟ ବରାଦ ହୋଇ ତା ୧୨.୦୨.୨୦୨୪ ରିଖ ଠାରୁ ତା୧୧.୦୨.୨୦୨୫ ମଧ୍ୟରେ କାର୍ଯ୍ୟ ଶେଷ ହେବା ପାଇଁ ଠିକାଦାର ଚୁକ୍ତିନାମା ହୋଇ ଥିବା ବେଳେ ପୁରୀ ଜଳ ସେଚନ ଡିଭିଜନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅମୀୟ କୁମାର ସେଠଙ୍କ ନିର୍ଦେଶ ସହିତ ନଜର ମଧ୍ୟରେ ଯୁଦ୍ଧକାଳୀନରେ ନଦୀ ବନ୍ଧରେ ମାଟି କାର୍ଯ୍ୟ ମେଂଟାଲିଙ୍ଗ।ଡ୍ରଷ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ବିଧିବଦ୍ଧ ଭାବେ ହୋଇ ଥିବା ନେଇ ସ୍ଥାନୀୟ ଲୋକମାନେ ସନ୍ତୋଷ ଜନକ ଭାବରେ ଉପଲବ୍ଧ କରିଛନ୍ତି।ଅନ୍ୟ ପକ୍ଷରେ ଭାର୍ଗବୀ ନଦୀର ମୌଜିବେଗ ଠାରୁ ରଥପୁରୁଷୋତ୍ତମପୁର ଗାଁ ମୁଣ୍ଡ ପର୍ଯ୍ୟନ୍ତ ବନ୍ଧ କାର୍ଯ୍ୟ ପାଇଁ ପ୍ରାୟ 6 କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ ହୋଇ ଠିକାଦାର ନିଯୁକ୍ତି କରାଯାଇ ଥିବା ବେଳେ ଏହି କାର୍ଯ୍ୟରେ ନିଯୁକ୍ତି ଥିବା ଠିକାଦାରକୁ ବିଭାଗର ଜଣେ କର୍ମଚାରୀ ଗୁମାସ୍ତା ସାଜି ନିଜେ କାର୍ଯ୍ୟ କରୁ ଥିବା ଅଭିଯୋଗ ହୋଇଛି।ଏହି ମାଟି କାର୍ଯ୍ୟରେ ଜୈନିକ କର୍ମ ଚାରି ମାଟିର ପରସେଣ୍ଟ ନେଇ କେତେକ ସରକାରୀ ଜାଗାରୁ ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ମାଟି ଉଠାଣ କରି ମାଲା ମାଲେ ହୋଇ ନିମ୍ନ ମାନର କାର୍ଯ୍ୟ କରି ଥିବା ଚର୍ଚ୍ଚା ହେଉଛି।ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋରଦାର ଚାଲିଥିବା ବେଳେ ଏହି କାର୍ଯ୍ୟ ନିମ୍ନ ମାନର ହୋଇ ଥିବା ଅସନ୍ତୋଷ ଦେଖା ଦେଇଛି।ଯାହା ମାଟି କାର୍ଯ୍ୟରେ ହୋଇଥିବା ଦୁର୍ନୀତି ପ୍ରତି ନିମ୍ନ ମାନର କାର୍ଯ୍ୟ ପ୍ରତି କୋର କଟିଙ୍ଗ କରାଗଲେ ପକୃତ କାରନାମା ଲୋକ ଲୋଚନକୁ ଆସି ପାରନ୍ତି ବୋଲି ଅଞ୍ଚଳ ବାସି ଦାବୀ କରିଛନ୍ତି।ଖାଲି ସେତିକି ନୁହେଁ ଜୈନିକ ଗୁମାସ୍ତା ସାଜିଥିବା କର୍ମଚାରୀଙ୍କ ଇଙ୍ଗିତରେ ଠିକାଦାର କାର୍ଯ୍ୟ ଅଧାରୁ ଛାଡି ପଳାଇ ଯାଇ ଅଛି।ଏହି କାର୍ଯ୍ୟକୁ ଅଧାରେ ଛାଡି ପଳାଇ ଯାଇଥିବା ଠିକାଦାର ଜୈନିକ କର୍ମଚାରୀଙ୍କ କଥାରେ ପରି ଚଳିତ ହେଉଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳି ଅଛି।ତେଣୁ ବନ୍ଧ କାର୍ଯ୍ୟରେ ଗୁମାସ୍ତା ସାଜିଥିବା କର୍ମଚାରୀକୁ ଅନ୍ୟ ଜିଲ୍ଲାକୁ ବଦଳି କରାଯିବା ପାଇଁ ଅଞ୍ଚଳ ବାସି ଦାବୀ କରିବା ସହିତ ଏନେଇ ଉଚ୍ଚସ୍ଥ ଅଧିକାରୀଙ୍କୁ ଜଣାଇ ଥିବା ଜାଣିବାକୁ ମିଳି ଅଛି।
Recent Comments