ବୌଦ୍ଧ,୪/୧୧/୨୦୨୪(ଆଧାର ମିଡ଼ିଆ)ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧଜିଲ୍ଲା ଷ୍ଟାଡିୟମ ପଡିଆରେ ଚାଲିଥିବା ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ତୃତୀୟ ଦିନ ମ୍ୟାଚ ଡିଷ୍ଟ୍ରିକ୍ଟ ସ୍ପୋର୍ଟଂ ବୌଦ୍ଧ ଓ ଜୟ ଭୈରବୀ କ୍ଲବ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଡିଷ୍ଟ୍ରିକ୍ଟ ସ୍ପୋର୍ଟଂ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପି ନେଇ ୨୯.୪ ଓଭରରେ ୧୦ ୱିକେଟ ବିନିମୟରେ ୧୩୨ ରନ୍ କରିଥିଲା।ଦଳ ତରଫରୁ ସୌରଭ କନୌଜିଆ ୨୮ବଲ୍ରୁ ୫୦ ରନ୍, ଶୋଭନଦେବ ବେହେରା ୨୯ ବଲ୍ରୁ ୨୨ ରନ୍ ସଂଗ୍ରହ କରିଥିଲେ।ଜୟ ଭୈରବୀ କ୍ଲବ ତରଫରୁ ଇସାନାଙ୍ଗସୁ ନାମଦେବ ୬.୪ ଓଭରରେ ୨୦ ରନ୍ ଦେଇ ୩ ୱିକେଟ, ସୋମ୍ୟ ଆର ସାହୁ ୮ ଓଭରରେ ୩୯ ରନ୍ କରି ୩ ଟି ୱିକେଟ ହାସିଲ କରିଥିଲେ।ଦ୍ୱିତୀୟ ଇନିଂସରେ ୧୩୩ ରନ୍ ବିଜୟ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଜୟଭୈରବୀ କ୍ଲବ ମୈଦାନକୁ ଓହ୍ଲାଇଥିଲେ।କିନ୍ତୁ ୨୧.୧ ଓଭରରେ ଜୟ ଭୈରବୀ କ୍ଲବ ସମସ୍ତ ୱିକେଟ ହରାଇ ୯୭ ରନ୍ କରିପାରିଥିଲେ।ଦଳ ତରଫରୁ ସୌମ୍ୟ ଆର ସାହୁ ୩୧ ବଲ୍ରୁ ୨୮ ରନ୍, ଶ୍ରୀରାଜ ଭକ୍ତ ୧୭ ବଲ୍ରୁ ୧୫ ରନ୍ ସଂଗ୍ରହ କରିଥିଲେ। ଡିଷ୍ଟ୍ରିକ୍ଟ ସ୍ପୋର୍ଟଂ ତରଫରୁ ସୌରଭ କନୌଜିଆ ୭.୧ ଓଭରରେ ୨୫ରନ୍ ଦେଇ ୪ ୱିକେଟ,ହେମନ୍ତ ଚଂପି ୨ ଓଭରରେ ୩ଟି ୱିକେଟ ନେଇଥିଲେ।ଫଳରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟଂ ୩୫ ରନ୍ରେ ବିଜୟୀ ହୋଇଥିଲା। ଅଂପାୟାର ଭାବେ ଆଜିର ମ୍ୟାଚକୁ ଅମ୍ବରୀଶ ପ୍ରଧାନ ଓ ଆଶୁତୋଷ ଦାଶ ଖେଳ ପରିଚାଳନା କରିଥିବାବେଳେ ସ୍କୋରରଭାବେ ସ୍ୱାଗତ ଦେହୁରୀ ଦାୟିତ୍ୱ ତୁଲାଇଥିଲେ। ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ସୌରଭ କନୌଜିଆ ପୁରସ୍କୃତ ହୋଇଥିଲେ। ଆସନ୍ତାକାଲି ମହାନଦୀ ସ୍ପୋର୍ଟିଂ ଓ ପ୍ରଗତି କ୍ଲବ କାମାଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।
Recent Comments