logo
add image
ଲଖନପୁର ରେ ପଶ୍ଚିମ ଓଡିଶା ଯୁବ ମଞ୍ଚ ର ସ୍ବେଚ୍ଛାକୃତ ରକ୍ତଦାନ ଶିବିର।

ଲଖନପୁର ରେ ପଶ୍ଚିମ ଓଡିଶା ଯୁବ ମଞ୍ଚ ର ସ୍ବେଚ୍ଛାକୃତ ରକ୍ତଦାନ ଶିବିର।

ଅମ୍ବାଭୋନା,୦୫/୧୧/୨୦୨୪ ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଲଖନପୁର ଠାରେ  ପଶ୍ଚିମ ଓଡିଶା ଯୁବ ମଞ୍ଚ ଓ ବୀର ସୁରେନ୍ଦ୍ର ସାଏ ଯୁବକ ସଂଘ ମିଲିତ ଆନୁକୂଲ୍ଯ ରେ କାଳୀ ପୂଜା ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି  ଶିବିର ରେ ୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ବରଗଡ ଜିଲ୍ଳା ଚିକିତ୍ସାଳୟର ଭ୍ରମାଣ ଯାନ ରେ ରକ୍ତ ସଂଗ୍ରହ କରାଯାଇଥିଲା।ବରଗଡ ରକ୍ତ ଭଣ୍ଡାର ର କର୍ମଚାରୀ ଭୁବନେଶ୍ବର ସାହୁ, ଶ୍ରୀବତ୍ସ ସେଠ,ଡୋଳେଶ୍ବର ଭୋଇ,କୃଷ୍ଣ ଚନ୍ଦ୍ର ସାହୁ, ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।ଏଥିରେ ଲଖନପୁର ଗ୍ରାମପଞ୍ଚାୟତ ସରପଞ୍ଚ ସତ୍ୟଭୂଷଣ ସାହୁ ମୁଖ୍ଯଅତିଥି ଭାବେ ଯୋଗଦାନ କରି ଶିବିର କୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ କାଳୀ ପୂଜା କମିଟିର ସଭାପତି ଦୁଷ୍ମନ୍ତ ବେହେରା, ସଂପାଦକ ସତ୍ଯାନନ୍ଦ ବାଗ, କୋଷାଧ୍ୟକ୍ଷ ଯୋଗିନ୍ଦ୍ର ସ୍ବାଇଁ,ସୋମନାଥ ବେହେରା ଯୋଗଦାନ କରିଥିଲେ।ଶିବିର କୁ ପଶ୍ଚିମ ଓଡିଶା ଯୁବ ମଞ୍ଚ ର ସଭାପତି ଅଜୀତ କୁମାର ପତି ନେତୃତ୍ବ ରେ ସଂପାଦକ ସୁମନ୍ତ ଶତପଥି, ଜିଲ୍ଳା ସଭାପତି ଆଲୋକ କୁମାର ପଧାନ, ଶ୍ରୀକାନ୍ତ ପଧାନ, ଦେବେନ୍ଦ୍ର ପଧାନ, ଜତିନ ପଧାନ, ରବି ପଧାନ,ଲକି ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

Recent Comments

Leave Comments

Top