logo
add image
ସୋନପୁର ବିଡ଼ିଓ ଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା ସହ ପ୍ରତିବାଦ କଲେ ଜିଲ୍ଲା ଓଏଏସ ଅଧିକାରୀ ।

ସୋନପୁର ବିଡ଼ିଓ ଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା ସହ ପ୍ରତିବାଦ କଲେ ଜିଲ୍ଲା ଓଏଏସ ଅଧିକାରୀ ।

ସୁବର୍ଣ୍ଣପୁର,୩/୧୧/୨୪(ଆଧାର ମିଡ଼ିଆ)ସ୍ଥାନୀୟ ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ବାଇଁ କୁ ଗତ ତା ୦୧/୧୧/୨୪ ରିଖ ଦିନ କାର୍ଯ୍ୟାଳୟ କକ୍ଷ ରେ ହୋଇଥିବା ଆକ୍ରମଣ ର ପ୍ରତିବାଦ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓଏଏସ ଅଧିକାରୀ ସମୂହ ଙ୍କୁ ନେଇ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ବିଡ଼ିଓ ସୋନପୁର ଶ୍ରୀ ସ୍ୱାଇଁ ଙ୍କୁ ଅଫିସ କାର୍ଯ୍ୟାଳୟ ରେ ଜୈନେକ ନିୟୁଜ ୭ ଜିଲ୍ଲା ପ୍ରତିନିଧି ଧୀରେନ୍ଦ୍ର କୁମାର ଦାନୀ ଅଶାଳୀନ ଭାଷା କହିବା ସହ ମରନାନ୍ତକ ଆକ୍ରମଣ କରିଥିଲେ,ଯାହା ବିଡ଼ିଓ ଙ୍କ ଜୀବନ ପ୍ରତି ନିଶ୍ଚିତ ଭାବେ ବିପଦପୂର୍ଣ୍ଣ ରହିଥିବା ବେଳେ ଏତାଦୃଶ ନିନ୍ଦନୀୟ କାର୍ଯ୍ୟକଳାପ ଆଗାମୀ ଦିନରେ  ଜିଲ୍ଲାର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ଙ୍କ ପାଇଁ ନିଶ୍ଚିତ ଭାବେ ଭୟ ବାତାବରଣ ସୃଷ୍ଟି କରିବ ବୋଲି ଅଧିକାରୀ ବୃନ୍ଦ ଆଲୋଚନାରେ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ବିଡ଼ିଓଙ୍କ ଉପରକୁ ଆକ୍ରମଣ ଓ ଦୁର୍ବ୍ୟବହାର ପ୍ରତିବାଦ ରେ ଜିଲ୍ଲାର ସମସ୍ତ ଓ ଏ ଏସ ଅଧିକାରୀ ସମୂହ ଦୃଢ଼ ନିନ୍ଦା କରିବା ସହ ରାଜ୍ୟ ସ୍ତରୀୟ ଓ ଏ ଏସ ସଙ୍ଘ ଙ୍କୁ ଏହାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ପତ୍ର ପ୍ରଦାନ କରିଥିବା ସୂଚନା ପ୍ରଦାନ କରାଯାଇଛି।ବୈଠକରେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ଓଡିଶା ପ୍ରଶାସନିକ ଅଧିକାରୀ ଯୋଗଦାନ କରିଥିଲେ।

Recent Comments

Leave Comments

Top