ବଡ଼ବିଲ,୦୬/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ସଞ୍ଜୟ ସିହ୍ନା) କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅଧିନରେ ଥିବା ବଲାଣି ଟାଉନସିପ୍ ନିକଟରେ ଥିବା ଦଶରଥ ସାହୁ ନାମକ ବ୍ୟକ୍ତିଙ୍କ ଜି ଟାଇପ କ୍ୱାର୍ଟର ,କ୍ୱାର୍ଟର ନଂ ୫୦ ରେ କୌଣସି କାରଣ ଯୋଗୁଁ ନିଆଁ ଲାଗିଯାଇଥିଲା।ଯାହାଫଳରେ ତାଙ୍କ ଘରର ଲକ୍ଷାଧିକ ଟଙ୍କାର ଅସବାପତ୍ର ଜଳି ନଷ୍ଟ ହୋଇଯାଇଛି। ନିଆଁ ଲାଗିବାର କାରଣ ଘରେ ଜଳୁଥିବା ଦୀପରୁ ବୋଲି ଅନୁମାନ କରାଯାଉଛି।ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବାସିନ୍ଦାଙ୍କ ସହଜୋଗ କ୍ରମେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରି ଏହି ନିଆଁକୁ ଶେଷରେ ଆୟତ କରାଯାଇଥିଲା। କିନ୍ତୁ ଘରେ ରହୁଥିବା ପରିବାର ବର୍ଗଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ। ଲକ୍ଷାଧିକ ଟଙ୍କାର ଆସବାପତ୍ର ନଷ୍ଟ ହୋଇଯାଇଥିବାରୁ ଘର ପରିବାର ଦୁଃଖ ପ୍ରକାଶ କରିଛନ୍ତି।
Recent Comments