logo
add image
ବାମନ ହାଇ ସ୍କୁଲରେ ଜାତୀୟ ମେଧା ବୃତ୍ତି ପରୀକ୍ଷା ଦେଲେ ୧୯୮ଜଣ ପରୀକ୍ଷାର୍ଥୀ।

ବାମନ ହାଇ ସ୍କୁଲରେ ଜାତୀୟ ମେଧା ବୃତ୍ତି ପରୀକ୍ଷା ଦେଲେ ୧୯୮ଜଣ ପରୀକ୍ଷାର୍ଥୀ।

ଖୋର୍ଦ୍ଧା,୦୬/୧୧/୨୦୧୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ବାମନ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ମେଧା ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଛି।ବୋଲଗଡ଼ ବ୍ଲକର ୨୭ଟି ବିଦ୍ୟାଳୟ ର ନବମ ଶ୍ରେଣୀର ୨୦୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାପାଇଁ ଆବେଦନ କରିଥିଲେ।ଏହି ପରୀକ୍ଷାରେ ୧୯୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।୪ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ।ଏହି ପରୀକ୍ଷା କେନ୍ଦ୍ରରେ ପରିଚାଳକ ଭାବେ ପ୍ରଧାନଶିକ୍ଷକ ପୀତବାସ ଲେଙ୍କା,ସହ ପରିଚାଳିକା ରଂଜିତା ସାହୁ , ନିରୀକ୍ଷକ ଯାଜ୍ଞ୍ୟବଳ୍କ ଶର୍ମା, ଅଭିମନ୍ୟୁ ପଲେଇ ,ଦିପ୍ତିମୟୀ ପରିଡା, ରାନୁମା ପ୍ରଧାନ,ରିତାଞ୍ଜଳୀ ସାହୁ ,ସ୍ଵାଗତିକା ମୁର୍ମୁ, ଟୁନା ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ।ସେହିପରି ଏହି ବିଦ୍ୟାଳୟରେ ବୁଧବାର ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଛି।ବ୍ଲକର ଦୁଇଟି କେନ୍ଦ୍ରରେ ବୃତ୍ତି ପରୀକ୍ଷା ବୋଲଗଡ ବାମନ ଉଚ୍ଚ ବିଦ୍ୟାଳୟ ଓ ପିଚୁକୁଳି ଶ୍ରୀ ରଘୁନାଥ ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି।ବାମନ ଉଚ୍ଚ ବିଦ୍ୟାଳୟ ରେ ୬୯ଜଣ ଓ ପିଚୁକୁଳି ଠାରେ ୬୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।ବାମନ ଉଚ୍ଚ ବିଦ୍ୟାଳୟ ରେ ୧ଜଣ ଓ ପିଚୁକୁଳି ଠାରେ ୩ଜଣ ଅନୁପସ୍ଥିତ ରହୁଥିବା ଜଣାପଡିଛି।ବ୍ଲକର ୧୩୩ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ  ନାଥ ସ୍ୱାଇଁ ଓ ଅମିତା ମିଶ୍ର ପରୀକ୍ଷା ସୁଚାରୁରୂପେ ସମାହିତ ହୋଇଥିବା ସୂଚନା ଦେଇଛନ୍ତି ।

Recent Comments

Leave Comments

Top