ବଡ଼ବିଲ,୦୭/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ସଞ୍ଜୟ ସିହ୍ନା)କୁବେର ପୁର ବୋଲାଉଥିବା ଖଣିଜ ଜିଲ୍ଲା କେନ୍ଦୁଝର,ଏହି ଜିଲ୍ଲାରେ ଦୈନିକ ହଜାର ହଜାର ଟ୍ରକ ଖଣିଜ ପଦାର୍ଥ ପରିବହନ କରିଥାନ୍ତି ଏବଂ ପରିବହନ ସମୟରେ କିଛି ଦୃବୁତ୍ତ ଗାଡ଼ି ଚାଳକ ମାନଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ଟଙ୍କା ପଇସା ଲୁଟ କରିବା ସହିତ ଜୀବନ ରେ ମାରିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି।ଏହିଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅଧୀନରେ ଥିବା ରୁଙ୍ଗଟା କମ୍ପାନୀ ବାହାର ଫାଟକ ନିକଟରେ ଦେଖିବାକୁ ମିଳିଥିଲା।ସୂଚନା ଅନୁଯାୟୀ କିଛି ଦୃବୁତ୍ତ ପାର୍କିଂ କରିଥିବା ଭାରିଯାନ OD09K 3090 ଚାଳକକୁ ମାରଣା ଅସ୍ତ୍ର ଦେଖାଇ ଟଙ୍କା ଲୁଟିବାକୁ ଚେଷ୍ଟା କରିଥିଲେ କିନ୍ତୁ ଗାଡ଼ି ଚାଳକ ଜଣକ ଦୃବୁତ୍ତ ମାନଙ୍କଠାରୁ ଜୀବନ ବଞ୍ଚାଇବାକୁ ଯାଇ ସେଠାରୁ ଦୌଡ଼ି ପଳାଇ ଯାଇଥିଲା। ଏହିଭଳି ଭାବେ ପ୍ରତ୍ୟେକ ଦିନ ଦୃବୁତ୍ତ ମାନେ ଗାଡ଼ି ଚାଳକ ମାନଙ୍କୁ ହୋଇରାଣ କରିବାର ଲାଗିଥାନ୍ତି।ପୋଲିସ ପ୍ରଶାସନ ଯେତେ ଚେଷ୍ଟା କଲେ ବି ଏହି ଦୃବୁତ୍ତ ମାନଙ୍କୁ ଧରିବାକୁ ସକ୍ଷମ ହେଉ ନାହାଁନ୍ତି।
Recent Comments