logo
add image
ପିପିଲି ବିଡ଼ିଓ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଘେରିଲେ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା।

ପିପିଲି ବିଡ଼ିଓ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଘେରିଲେ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା।

ପିପିଲି,୭/୧୧/୨୦୨୪(ଆଧାର ମିଡ଼ିଆ)ପୁରୀ ଜିଲ୍ଲା ପିପିଲି ବ୍ଳକ ଅଧିନ ନୂଆଶାସନ ଗ୍ରାମ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳାମାନେ ଗୁରୁବାର ଦିନ ଏକ ଦାବୀ ପତ୍ର ପିପିଲି ବିଡ଼ିଓ ଏବଂ ସିଡ଼ିପିଓଙ୍କୁ ଘେରି ଦାବୀ ପତ୍ର ପ୍ରଦାନ କରିଛନ୍ତି।ଉକ୍ତ ପଞ୍ଚାୟତର ସରକାରୀ ନିୟମ ଅନୁଯାୟୀ ପ୍ରତି ଦୁଇ ବର୍ଷରେ ମହାସଂଘ ପୂର୍ଣ୍ଣର ଗଠନ ହେବାର ନିୟମ ଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଉଲଂଘନ କରାଯାଇଛି।ସଂଘର କାର୍ଯ୍ୟ କର୍ତ୍ତା ଇ ସି ଙ୍କ ପଞ୍ଚାୟତରେ ମନମୁଖୀ କାର୍ଯ୍ୟ କୌଣସି ସ୍ୱୟଂ ସହାୟକ ଗୋଷ୍ଠୀକୁ ନୋଟିସ ପ୍ରଦାନ କରା ନଯିବା ସଂଘର ଆର୍ଥିକ କାରବାରକୁ ଉଲଂଘନ କରାଯାଇ ଅସାଧୁ ଉପାୟରେ କାରବାର କରିବା ଜିପିଏଲଏଫ ମାନଙ୍କୁ ଦିଆଯାଉ ଥିବା ଋଣ ସମୟରେ ଉତ୍କଚ ଧମକ ଦେଇ ଆଦାୟ କରିବା ଏବଂ ଉକ୍ତ ପଞ୍ଚାୟତର ୮୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ପୂର୍ଣ୍ଣର ଗଠନ ନିମନ୍ତେ ମହିଳା ମାନେ ଜିଲ୍ଲାପାଳ ଜିଲ୍ଲା ପରିଷଦ ସିଡ଼ିଓ।ପିପିଲି ସିଡ଼ିପିଓ ଙ୍କୁ ଚଳିତ ମାସ ଏକ ତାରିଖ ଦିନ ଜଣାଇ ଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ପିପିଲି ବିଡ଼ିଓ ଏବଂ ସିଡିପିଓଙ୍କୁ ଘେରିଥିଲେ।ଏନେଇ ଆମ୍ଭ ପ୍ରତିନିଧି ପିପିଲି ବିଡ଼ିଓ ଙ୍କ ମତାମତ ଲୋଡ଼ିବାରେ ସେ ନିଜ ଅଫିସ ଚ୍ୟାମ୍ବର ରୁଦ୍ଧ ଦ୍ୱାର ବୈଠକ ଚାଲିଥିବା କହି କବାଟ ଖୋଲି ନଥିଲେ ଯାହାକି ତାଙ୍କ ପ୍ରତିକ୍ରିୟା ମିଳି ନଥିଲା।

Recent Comments

Leave Comments

Top