logo
add image
ମୁହଁରେ ନିଶ୍ଚେତକ ପକାଇ ସୁନା ଗହଣା ଲୁଟ ।

ମୁହଁରେ ନିଶ୍ଚେତକ ପକାଇ ସୁନା ଗହଣା ଲୁଟ ।

ବୋଲଗଡ,୭/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଧିନସ୍ଥ ରୋଳସିଂ ଗ୍ରାମରେ ବୀର ପ୍ରଧାନଙ୍କ ବୋହୁ ଜ୍ୟୋତିର୍ମୟୀ ଙ୍କ ମୁହଁକୁ ନିଶ୍ଚେତକ ପକାଇ ତାଙ୍କ ପାଖରେ ଥିବା ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।ତେବେ  ବୀର ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନାରୁ ପ୍ରକାଶ ରବିବାର ମଧ୍ୟାହ୍ନରେ ଜଣେ କେହି ପାର୍ସଲ ଆସିଛି କହି ଡାକିଥିଲେ । ଜ୍ୟୋତିର୍ମୟୀ କବାଟ ଖୋଲି ବାହାରକୁ ଆସିବାମାତ୍ରେ ଦୁର୍ବୃତ୍ତ କିଛି ନିଶ୍ଚେତକ ସ୍ପ୍ରେ କରିଥିଲା।ଯାହା ଫଳରେ ଜ୍ୟୋତି ଅଚେତ ହୋଇ ପଡ଼ିଥିଲେ ଏହି ସୁଯୋଗରେ ପିଢ଼ିଥିବାର ସୁଜଗ ନେଇ ସୁନା ଚେନ ଲକେଟ କାନଫୁଲ ଓ ମୁଦି ଲୁଟିନେଇ ଯାଇଥିଲେ ।ବୀର ଓ ତାଙ୍କ ପତ୍ନୀ କୁଣିଆ ଘର ଯାଇଥିଲେ।ଖବରପାଇ ଘରକୁ ଆସି ବୋହୁଙ୍କ ଠାରୁ ସବୁ ଶୁଣି ଥାନାରେ ଏତଲା ଦେଇଛନ୍ତି।ସବ ଇନ୍ସପେକ୍ଟର ଲିଲି ପାଢ଼ୀ ଟ୍ରେନି ଏସ ଆଇ ଅର୍ଚନା ଙ୍କୁ ଧରି ତୁରନ୍ତ  ଘଟଣା ସ୍ଥଳରେ ତଦନ୍ତ କରିଛନ୍ତି।ଏନେଇ ବୋଲଗଡ଼ ଥାନାରେ କେଶ ନଂ ୨୭୭/୨୪ରେ ମାମଲା ପଞ୍ଜିକୃତ ହୋଇଥିବା ସୂଚନା ଦେଇଛନ୍ତି ।ଏହି ଘଟଣା ର ବୋଲଗଡ଼ ଥାନା ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Recent Comments

Leave Comments

Top