logo
add image
ବିଧାୟକ ଦ୍ଵାରା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ବିଧାୟକ ଦ୍ଵାରା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ଖୋର୍ଦ୍ଧା,୭/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବଡ଼କୁମାରୀ  ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ  ଗୁରୁବାର  ବିଜେଡ଼ିର ସଦସ୍ୟତା ସଂଗ୍ରହ ଅଭିଯାନ ଓ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବିଧାୟକ ଙ୍କ ଦ୍ଵାରା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋଲଗଡ଼ ବ୍ଲକର  ବ୍ଲକର ୧୯ ଗୋଟି ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ।  ବିଜୁ ଜନତା ଦଳର ସଦସ୍ୟ ହୋଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ଉଜ୍ଜଳ ଭବିଷ୍ୟତ ଗଠନରେ ଅଂଶୀଦାର ହେବା ପାଇଁ ବିଧ୍ୟାୟକ ପ୍ରଦୀପ କୁମାର ସାହୁ ଆହ୍ବାନ ଦେବା ସହ ବୋଲଗଡ ବେଗୁନିଆ ୧ଲକ୍ଷ ସଦସ୍ୟ ଯୋଡିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେଡ଼ି ବ୍ଲକ ସଭାପତି ବାନାମ୍ବର ମାଝି, ସ୍ଥାନୀୟ ସରପଞ୍ଚ ତଥା ବ୍ଲକ୍ ଅଧ୍ୟକ୍ଷା ପ୍ରତିନିଧି ପ୍ରଫୁଲ୍ଲ କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଜିଲ୍ଲାପରିଷଦ ସଭ୍ୟ ସୁବାସ ରାୟଗୁରୁ, ପିଚୁକୁଳି ସରପଞ୍ଚ ପବିତ୍ର ମୋହନ ମାଝୀ, ଆରିକିମା ସରପଞ୍ଚ ପ୍ରମୋଦ କୁମାର ରାଉତରାୟ , ଗୋପାଳ ପୁର ସରପଞ୍ଚ , ମାଣିବନ୍ଧ ସରପଞ୍ଚ ପ୍ରମୁଖ ବହୁ ସରପଞ୍ଚ ଓ ସମିତି ସଭ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ସେହିପରି ଯୁବସଂଗଠକ ବଂଶୀଧର ସାହୁ ପ୍ରମୂଖ ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକ୍ରମରେ ୧୯ ଗୋଟି ପଞ୍ଚାୟତରୁ ଶତାଧିକ ବିଜେଜି କର୍ମୀମାନେ ଯୋଗଦେଇଥିଲେ।ଏଥିରେ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୟରେ ବୋଲଗଡର ସମସ୍ତ ପଞ୍ଚାୟତରେ ଛାମୁଆ କର୍ମୀ ଯୋଗଦେଇ ଦଳକୁ ପୂର୍ବପରି ସେପରି ମଜବୁତ ସ୍ଥିତି ରଖିବା ପାଇଁ ଦୃଢ ସଂକଳ୍ପ ନେଇଥିଲେ।ଏଥିସହିତ ଆଗାମୀ ୩୦ ତାରିଖ ସୁଦ୍ଧା ସମସ୍ତ ନୂତନ ସଭ୍ୟ ସଂଗ୍ରହ ଶେଷ ହେବାକୁ ବିଧାୟକ ଶ୍ରୀ ସାହୁ ସୂଚନା ଦେଇଛନ୍ତି।ସେହିପରି ବେଗୁନିଆ ବ୍ଲକରେ ଅପରାହ୍ନ ରେ 
ବେଗୁନିଆ ଡାକବଙ୍ଗଳା ଠାରେ ବ୍ଲକର ୨୧ ଗୋଟି ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟଙ୍କ ସମେତ ବହୁ ଛାମୁଆ କର୍ମୀ ମାନଙ୍କ ଗ୍ରହଣରେ ସଭ୍ୟ ସଂଗ୍ରହ ଅଭିଯାନ ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା।ଏଥିରେ ବିଧାୟକଙ୍କ ଆହ୍ବାନ କ୍ରମେ ବିଜେଡି ଦଳକୁ ମଜବୁତ୍ ସ୍ଥିତି ପରଖିବା ପାଇଁ ଦୃଢ଼ ପ୍ରତିଶ୍ରୁତି ନିଆଯାଇଥିଲା।

Recent Comments

Leave Comments

Top