logo
add image
ସାଇନିଂ ଷ୍ଟାର ଶିବିର ଉଦ୍ଘାଟିତ।

ସାଇନିଂ ଷ୍ଟାର ଶିବିର ଉଦ୍ଘାଟିତ।

ପାଇକମାଲ/ବରଗଡ,୭/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ବିଦ୍ୟାଧର ସାହୁ)ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ସଭାଗୃହ ରେ ବରଗଡ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସାଇନିଂ ଷ୍ଟାର ଶିବିର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ଡିଇଓ ମିତ୍ରଭାନୁ କଚ୍ଛପ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଜର ଭବିଷ୍ୟତ ନିର୍ମାଣ ତଥା ଆସନ୍ତା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ୯୦ପ୍ରତିଶତ ରୁ ଅଧିକ ଅଙ୍କ ରଖିବା ପାଇଁ ଆହ୍ଵାନ ଦେଇଥିଲେ।ପାଇକମଲ ବିଇଓ ଚୁଡ଼ାମଣି ବାରିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ୍ ପଟ୍ଟନାୟକ ଶିବିର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ।ସମ୍ମାନିତ ଅତିଥି ଭାବେ ଷୋହେଲା ବିଇଓ ଅମୃତା ସାହୁ, ବିଜେପୁର ବିଇଓ ନାରାୟଣ ଭୋଇ ,ପଦ୍ମପୁର ବି ଇ ଓ ଲୋକନାଥ ଭୋଇ ଏବଂ ଝାରବନ୍ଧ ବିଇଓ ଶୁଭମ୍ କୁମାର ପତି ଯୋଗଦାନ୍ କରିଥିଲେ।ବରଗଡ ଜିଲ୍ଲାର ୧୨ ଟି ବ୍ଲକର ୧୬୪ ଜଣ ଛାତ୍ରଛାତ୍ରୀ ଏବଂ ୬୭ ଜଣ ସାଧନ କର୍ମୀ ପ୍ରଶିକ୍ଷଣ ଶିବିରରେ ଯୋଗଦାନ୍ କରିଛନ୍ତି l ଭବାନୀ ଶଙ୍କର ଭୋଇ, ଲିଙ୍ଗରାଜ ସାହୁ, ନରସିଂହ ପଧାନ,ସୁଦାମ ପାଣ୍ଡେ,ଲଲିତ କୁମାର ବିଶ୍ବାଳ, ଅମିତ୍ ସାହୁ, ସ୍ଵାଧୀନ କୁମାର, ମନୋଜ କୁମାର ସାହୁ, ବବିତା ବେହେରା,ମଧୁସ୍ମିତା ମେହେର ଆନନ୍ଦିନୀ  ସେଠ୍,ନିରୁପମା ସାହୁ,ଅକ୍ଷୟ ସାହୁ ସହଯୋଗ କରିଥିଲେ।ଅତିଥି ମାନଙ୍କ ଦ୍ଵାରା ରଜତ କୁମାର ସାହୁ ଭୂଗୋଳ ପ୍ରଯୋଗ ଶାଲା ଉଦ୍ଘାଟିତ କରିଥିଲେ।ତ୍ରିଲୋଚନ ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Recent Comments

Leave Comments

Top