କାକଟପୁର ୦୮/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ)କାକଟପୁର ପଥରପକା ଗ୍ରାମ ର ଜଣେ ଗରିବ ବ୍ରାହ୍ମଣ ପରିବାର ର କିନ୍ନର ବିଦ୍ୟା ମିଶ୍ର (ଚିନୁ କିନ୍ନର)ବାସ୍ତବିକ ଜୀବନ ରେ ଜଣେ ସଂଘର୍ଷମୟୀ ବ୍ୟକ୍ତି, ଯିଏ ରେଳ ଷ୍ଟେସନ ବସଷ୍ଟାଣ୍ଡ ରୁ ଭିକ୍ଷା କରନ୍ତି ଆଉ ନିଜ ଜାଗାରେ ଖୋଲିଛନ୍ତି ଏକ ଅନାଥ ଆଶ୍ରମ,ଆଜି ଅନେକ ଅନାଥ ପିଲା ଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସହିତ ବହୁତ ବୃଦ୍ଧ ବୃଦ୍ଧା ଙ୍କୁ ଦେଇଛନ୍ତି ଆଶ୍ରୟ, ଏହି ମହତ୍ କାର୍ଯ୍ୟ ପାଇଁ ବିଦ୍ୟା ମିଶ୍ର(ଚିନୁ)ଙ୍କୁ ଅସହାୟ ଲୋକ ଓ ଅନାଥ ପିଲା ମାନେ ଦେବି ପରି ମାନୁଛନ୍ତି. ଯାତ୍ରା ମଞ୍ଚ ଓ ସାମାଜିକ ଗଣମାଧ୍ୟମ ରେ ନଗ୍ନ ଦୃଶ୍ୟ ପରିବେଷଣ କରି ସମାଜ କୁ ପଥଭ୍ରଷ୍ଟ କରୁଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ କରିଛନ୍ତି ସ୍ୱର ଉତ୍ତୋଳନ,ଯାହାକୁ ନେଇ ଭୁବନେଶ୍ୱର ରେ ଅନେକ ଗଣମାଧ୍ୟମ ସାମ୍ନା କୁ ଆସି ନିଜ ପ୍ରତିକ୍ରିୟା ରଖିଛନ୍ତି ଚିନୁ।ଛୋଟ ବେଳୁ ଚିନୁ ଙ୍କ ମା ମୃତ୍ୟୁବରଣ କରିଥିଲେ, ବାପା ଜଣେ ଧର୍ମ ପ୍ରଚାରକ ଥିଲେ, ଜଣେ କିନ୍ନର ବୋଲି ତାଙ୍କୁ ପରିବାର ଲୋକ ଅନାଦର କରନ୍ତି, କିଛି ଦିନ ପରେ ତାଙ୍କ ବାପା ବି ଶେଷନିଶ୍ୱାସ ତ୍ୟାଗ କରିଥିଲେ, ଆଉ ପରିବାର ଲୋକ ତାଙ୍କୁ ମାଇଚିଆ କହି ଅନାଦାର କରିବା ସହିତ ଘରେ ମଧ୍ୟ ଆଶ୍ରୟ ଦେଇନଥିଲେ, ତଥାପି ଚିନୁ ହାର ନମାନି ଭୁବନେଶ୍ୱର ଆସିଥିଲେ, ହୋଟେଲ ରେ ବାସନ ମାଜିବା ଓ ଯାତ୍ରା ପାର୍ଟି ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଯୋଗ ଦେଇ ନିଜ ପେଟ ପୋଷିଥିଲେ, ଧୀରେ ଧୀରେ ଚିନୁ ଯାତ୍ରା ରେ ମଧ୍ୟ ଅଭିନୟ କଲେ, ଆଉ ଚିନୁ ଦୀର୍ଘ ଦିନ ପରେ ଗ୍ରାମ କୁ ଫେରି ନିଜ ପିତୃ ଅର୍ଜିତ ସ୍ଥାନ ରେ ଏକ ଆଶ୍ରମ କରିଥିଲେ, ଆଉ ଜୀବନ ର ଲକ୍ଷ ରଖିଛନ୍ତି ଅନାଥ ପିଲା ଓ ବାର୍ଦ୍ଧକ୍ୟ ଲୋକ ଙ୍କ ସେବା ସହିତ ଅନ୍ନ ପ୍ରଦାନ କରିବା ଚିନୁ ଙ୍କ ମହାନ କାମ ପାଇଁ କିଛି ସରକାରୀ ସହାୟତା ମିଳିନି,କିନ୍ତୁ ବର୍ତ୍ତମାନ ଯାତ୍ରା ଜଗତ ରେ କିଛି ଅଶ୍ଳୀଳ ନୃତ୍ୟ ସମାଜ କୁ ପଥଭ୍ରଷ୍ଟ କରୁଥିବା ବେଳେ ଏହାକୁ ଘୋର ବିରୋଧ କରିଛନ୍ତି ଆଉ ଏହାକୁ ବନ୍ଦ କରିବା ପାଇଁ ସରକାର ଙ୍କୁ ନିବେଦନ କରିଛନ୍ତି।
Recent Comments