ସମ୍ବଲପୁର(ରେଙ୍ଗାଲି) ୦୮/୧୧/୨୦୨୪ (ଆଧାର ମିଡ଼ିଆ/ରିପୋର୍ଟ - ସୁନିଲ କୁମାର ନାଥ)ଓଡିଶା ସାମ୍ବାଦିକ ୟୁନିଅନ(ଓୟୁଜେ) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଶାଖାର ଦ୍ବୀବାର୍ଷିକ ସାଧାରଣ ସଭା ଓ କର୍ମକର୍ତ୍ତା ଚୟନ ଆଜି ରେଙ୍ଗାଲି ପୁରୁଣା ବସ୍ତି ସ୍ଥିତ କାର୍ଯ୍ୟାଳୟର ଠାରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସାମ୍ବାଦିକ ଦୁର୍ଗା ଶଙ୍କର ବାଗ ଙ୍କ ସଭାପତିତ୍ବ ରେ ଦ୍ବୀବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥି ସହ ଦ୍ବୀବାର୍ଷିକ କର୍ମକର୍ତ୍ତା ଚୟନ ପାଇଁ ସମ୍ବଲପୁର ଜିଲ୍ଲା ଜାତୀୟ କାର୍ଯ୍ଯକାରିଣୀ ସଦସ୍ଯ ଶଚିକାନ୍ତ ସାହୁ ତଥା ରେଙ୍ଗାଲି ର ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହି ନୁତନ କର୍ମକର୍ତ୍ତା ଚୟନ କରିଥିଲେ।ରେଙ୍ଗାଲି ବ୍ଲକ ସଭାପତି ଭାବେ ପ୍ରସ୍ତାବକ ହିମାଂଶୁ କୁମାର ଦାସ ଓ ଅନିଲ ଅଗ୍ରୱାଲ ଙ୍କ ସମର୍ଥନ ରେ ମନୋଜ ମୁଦୁଲି, ସମ୍ପାଦକ ଭାବେ ପ୍ରସ୍ତାବକ ଦୀନେଶ ମାହାଣା ଓ ସୁନିଲ କୁମାର ନାଥ ଙ୍କ ସମର୍ଥନ ରେ ହିମାଂଶୁ ଦାସ ଓ କୋଷାଧ୍ୟକ୍ଷ ଭାବେ ପ୍ରସ୍ତାବକ ହିମାଂଶୁ କୁମାର ଦାସ ଓ ଅନିଲ ଅଗ୍ରୱାଲ ଙ୍କ ସମର୍ଥନ ରେ ସୁନିଲ କୁମାର ନାଥ ଙ୍କୁ ଦ୍ବୀବାର୍ଷିକ ପାଇଁ ଚୟନ କରାଯାଇଛି।ନୁତନ ଭାବେ ନିର୍ବାଚିତ ସଭାପତି ମନୋଜ ମୁଦୁଲି,ସମ୍ପାଦକ ହିମାଂଶୁ କୁମାର ଦାସ ଓ କୋଷାଧ୍ୟକ୍ଷ ସୁନିଲ କୁମାର ନାଥ ଙ୍କୁ ପୁଷ୍ପମାଲ୍ଯ ଦେଇ ସମ୍ମାନିତ କରି ଶପଥ ପାଠ କରାଜାଇଥିଲା । ସଭାପତି ଓ ସମ୍ପାଦକ ନାମରେ ଜମା ଖାତା,ସାମ୍ବାଦିକ ଭବନ ନିର୍ମାଣ ପ୍ରକ୍ରିୟା ଓ ପ୍ରତ୍ୟେକ ଦୁଇ ମାସରେ ଥରେ ବୈଠକପାଇଁ ନିଷ୍ପତ୍ତି ନିଆ ଜାଇଛି।ଜିଲ୍ଲା କୋଷାଧକ୍ଷ ହେମନ୍ତ ରାଉତ,ବରିଷ୍ଠ ସାମ୍ବାଦିକ ଦୟାସାଗର ଧର ଙ୍କ ସମେତ ଅନ୍ଯ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।
Recent Comments