ବିଷମକଟକ,୮/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ-କାଶୀନାଥ ପାଳ)ବାହାସ୍ପଟ ମାରୁଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡି ନେତା ଲୋକଙ୍କ ସେବା ପାଇଁ ନିଶୁଳ୍କ ସେବା ପ୍ରଦାନ କରୁଛନ୍ତି I ସେ ଯାହା ହେଉ ନା କାହିଁକି କିଛି ଦିନ ସେବା ଯୋଗାଇ ମଧ୍ୟ ଦିଆଗଲା I ହେଲେ କୁଆଡେ ଗଲା ବିଜେଡି ନେତା ଙ୍କ ସେବା ମନୋଭାବ, ନିତି ଆଦର୍ଶ ର କଥା।ନିର୍ବାଚନ ହାରୁ ହାରୁ ନିଶୁଳ୍କ ଆମ୍ବୁଲାନ୍ସ ସେବା ବନ୍ଦ କରି ଆମ୍ବୁଲାନ୍ସ ସବୁ କୁ ବିକ୍ରି କରିଦେଇଛନ୍ତି ବିଜେଡି ନେତା।ନିଜ ହାର ର ବଦଲା ସାଧାରଣ ଜନତା ଠୁ ନେଉଛି ବିଜେଡି।ଚଳିତ ନିର୍ବାଚନ ରେ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀ ରେ ବିଜେଡି ହାରିବା ସହ ରାଜ୍ୟ ର ଶାସନ ଗାଦି ଠାରୁ ମଧ୍ୟ ଦୂରେ ରହିଲା।ଯାହା ପରେ ଆକ୍ରୋଶ ପରାୟଣ ହୋଇ ସେହି ସାଧାରଣ ଜନତାଙ୍କ ଠାରୁ ବିଜେଡି ବର୍ତମାନ ପ୍ରତିଶୋଧ ନେଉଥିବା ଅଭିଯୋଗ ହେଉଛି।ନିର୍ବାଚନ ହାରିବା ପରେ ନିଶୁଳ୍କ ସେବା ବନ୍ଦ କରିବା ସହ ଆମ୍ବୁଲାନ୍ସ ସବୁ କୁ କୁଆଡେ ବିକ୍ରି କରିଦେଇଥିବା ଚର୍ଚ୍ଚା ବର୍ତମାନ ବିଜେଡି ନେତା ମାନଙ୍କ ବାହାସ୍ପଟ କୁ ପଦାରେ ପକାଇ ଥିବା ଚର୍ଚ୍ଚା ହେଉଛି।ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ଠାରେ ବିଜେଡି ର ଶୀର୍ଷ ନେତୃତ୍ୱ ନିଶୁଳ୍କ ଆମ୍ବୁଲାନ୍ସ ସେବା ବନ୍ଦ କରିବା ସହ ସେସବୁ କୁ ବିକ୍ରି କରିଥିବା ଘଟଣା ବର୍ତମାନ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି।ଗୋଟିଏ ପଟେ ଦଳର ଶୌଚନୀୟ ପରାଜୟ କୁ ନେତା ମାନେ ହଜମ କରିପାରୁନଥିବା ବେଳେ ଅନ୍ୟ ପଟେ ଆମ୍ବୁଲାନ୍ସ ବିକ୍ରି କରିଥିବା ଘଟଣା ନିତି ଆଦର୍ଶ, ସେବା ମନୋଭାବ ର ଅସଲ ମୁଖା ସାଧାରଣ ଲୋକଙ୍କ ଆଗରେ ଖୋଲି ଦେଇଥିବା କୁହାଯାଉଛି।ପ୍ରକାଶ ଥାଉକି ଓଡିଶା ର ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ତମ ଜନ୍ମ ଦିନ ଅବସରରେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକ ଅନ୍ତର୍ଗତ ଦୁର୍ଗୀ ଠାରେ ବିଜୁ ଜନତା ଦଳ ର ତତ୍କାଳୀନ ଜିଲ୍ଲା ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାଶ ଙ୍କ ନେତୃତ୍ୱରେ ଚନ୍ଦ୍ରପୁର,ମୁନିଗୁଡା,ବିଷମକଟକ,ଗୁଣପୁର,(ଗୁଡାରି,ପଦ୍ମପୁର) ପାଇଁ ୫ଟି ଆମ୍ବୁଲାନ୍ସ୍ ବିଜୁ ଜନତା ଦଳର ଓଡିଶା "ମୋ ପରିବାର" ଯୋଜନାରେ ସାମିଲ କରି ଅଞ୍ଚଳବାସି ଙ୍କୁ ନିଶୁଳ୍କ ସେବା ଯୋଗାଇବା ନିମନ୍ତେ ଲୋକାର୍ପଣ କରିଥିଲେ। ହେଲେ ଚଳିତ ନିର୍ବାଚନ ରେ ଜିଲ୍ଲାର ସମସ୍ତ ଆସନ ହାରିବା ପରେ ସାଧାରଣ ଜନତା ଙ୍କ ଠାରୁ ନିଜର ପ୍ରତିଶୋଧ ଶାସକ ବିଜେଡି ଦଳ ନେଉଥିବା ଅଭିଯୋଗ ହୋଇଛି।ଶୋଚନୀୟ ପରାଜୟ ଠାରୁ ଏହି ନିଶୁଳ୍କ ଆମ୍ବୁଲାନ୍ସ ସେବା ବନ୍ଦ କରାଯାଇଥିବା ସୂଚନା ରହିଛି I ଅନ୍ୟ ପକ୍ଷ ରେ ଏହି ଆମ୍ବୁଲାନ୍ସ ବିଷମକଟକ,ମୁନିଗୁଡା ସମେତ ଅନ୍ୟ ବ୍ଲକ ଗୁଡିକ ରେ ସେବା ପ୍ରଦାନ କରୁନଥିବାର ମଧ୍ୟ କୁହାଯାଉଛି Iପୂର୍ବତନ ଅନୂସୁଚୀତ ଜାତି,ଜନଜାତି ଓ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସାୟା ମାଝି , ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରମୁଖ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିବା ସମସ୍ତ ଆମ୍ବୁଲାନ୍ସ ଗୁଡିକୁ ନିର୍ବାଚନ ଫଳାଫଳ ଆସିବା ପରେ ବନ୍ଦ କରାଯିବା ସହ ଏଗୁଡିକୁ ଏକକାଳୀନ ବିକ୍ରି କରାଯାଇଥିବା ଅଭିଯୋଗ ହେଉଛି।ନିଜ ନାମ ଗୋପନ ରଖି ବା ସର୍ତ୍ତ ରେ ଜଣେ ବରିଷ୍ଠ ବିଜେଡି ନେତା ଏହା ପ୍ରକାଶ କରିଛନ୍ତି ଯେ ବିଷମକଟକ ଠାରେ ନିୟୋଜିତ ଥିବା ଆମ୍ବୁଲାନ୍ସ କୁ ପାଖା ପାଖି ୪ ଲକ୍ଷ୍ୟ ଟଙ୍କା ରେ ବିକ୍ରି କରାଯାଇଛି।ସେହିପରି ଅନ୍ୟ ବ୍ଲକ ଗୁଡିକ ନିୟୋଜିତ ଥିବା ଗାଡି ଗୁଡିକୁ ମଧ୍ୟ ସମାନ ଦର ରେ ବିକ୍ରି କରାଯାଇଥିବା ରେ ଦିଆଯାଇଥିବା କର୍ମୀ ଜଣକ ପ୍ରକାଶ କରିଛନ୍ତି I ତେଵେ ନିର୍ବାଚନ ପୂର୍ବରୁ ବିଜେଡି ଯେତିକି ଆନ୍ତରିକତା ଦେଖାଉଥିଲା ତାହା ନିର୍ବାଚନ ହାରିବା ପରେ ଗଲା କୁଆଡେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି I ତେଵେ ବିଜେଡି ର ଏଭଳି ମାନସିକତା ସ୍ଥାନୀୟ ନେତୃତ୍ୱ ପାଇଁ ସୃଷ୍ଟି ହୋଇଛି ଏବଂ ଏଭଳି ମାନସିକତା ପାଇଁ ବିଜେଡି ଆଜି ଏଠାରେ ପରାଜୟ ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞ ଙ୍କ ମତ ତେଵେ ଏହି ଗୋଟିଏ ନିର୍ବାଚନ ହାରି ବିଜେଡି ଯଦି ଏଭଳି ପ୍ରତିଶୋଧ ପରାୟଣ ହୋଇପାରୁଛି ତେଵେ ଆଗାମୀ ଦିନ ରେ ବିଜେଡି କୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି ବିଷମକଟକ ବ୍ଲକ ର ବରିଷ୍ଠ ନେତା ଅଭି କଲକା ପ୍ରକାଶ କରିଛନ୍ତି ଇ ତେଵେ ଏ ନେଇ ବିଷମକଟକ ବିଜେଡି ଦଳ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳି ନଥିବା ବେଳେ,ବିଜେଡି ସାଧାରଣ ଲୋକଙ୍କ ବୃହତ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଏହି ଅଭିଯୋଗ ଉପରେ ନିଜର ସ୍ପଷ୍ଟକରଣ ରଖିବା ଉଚିତ ବୋଲି ରାଜନୈତିକ ବିଶେଷଜ୍ଞ ପ୍ରକାଶ କରିଛନ୍ତି ।
Recent Comments