ବୌଦ୍ଧ,୭/୧୧/୨୦୨୪(ଆଧାର ମିଡ଼ିଆ)ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳର ଏକ ଜନସଂପର୍କ ଶୋଭାଯାତ୍ରା ସାହାଜପାଲ ଠାରୁ ବୌଦ୍ଧ ବ୍ଲକ୍ ଦେଇ ବୌଦ୍ଧ ସହରର ରାମେଶ୍ବର ମନ୍ଦିର ଠାରେ ପହଞ୍ଚି ଥିଲେ।ପୂର୍ବତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଓ ବିଜେଡି ଜିଲ୍ଲା ସଭାପତି ତଥା କଣ୍ଟାମାଳ ର ପୂର୍ବତନ ବିଧାୟକ ମହୀଧର ରଣାଙ୍କ ନେତୃତ୍ୱରେ ସେଠାରୁ ସହର ପରିକ୍ରମା ପରେ ମର୍ଜାକୁଦ ଛକଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଜେଡି ନେତାମାନେ ନବୀନ ସରକାରଙ୍କ ସଫଳ ଶାସନ ଓ ବର୍ତମାନର ବିଜେପି ସରକାରଙ୍କ ବିଫଳତା ନେଇ ଗର୍ଜି ଥିଲେ।ପୂର୍ବତନ ମନ୍ତ୍ରୀ ଶ୍ରୀଅମାତ ବର୍ତମାନ ରାଜ୍ୟରେ ମହଙ୍ଗା ସରକାର ଚାଲିଥିବା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ପ୍ରକାଶ କରିବା ସହିତ ନିର୍ବାଚନ ସମୟରେ ବିଜେପି ଲୋକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛି ବୋଲି ପ୍ରକାଶ କରିଥିଲେ।ବର୍ତମାନ ଜିଲ୍ଲାରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ପିସି କାରବାର ଚାଲିଥିବା ମନ୍ତ୍ରୀ ଶ୍ରୀ ଅମାତ ଅଭିଯୋଗ କରିଥିଲେ । ଜିିଲ୍ଲା ସଭାପତି ତଥା କଣ୍ଟାମାଳ ର ପୂର୍ବତନ ବିଧାୟକ ମହିଧର ରଣା ବିରୋଧୀ ଦଳର କର୍ମୀଙ୍କୁ ଜାଣିଶୁଣି ସରକାରୀ କାର୍ଯ୍ୟାଳୟ ଗୁଡିକରେ ନେତାଙ୍କ ନିର୍ଦ୍ଦେଶରେ ହଇରାଣ କରାଯାଉଥିବା ବେଳେ ନବୀନ ସରକାର ସମୟରେ ଉନ୍ନୟନ କାର୍ଯ୍ୟ ପାଇଁ ଜିଲ୍ଲାକୁ ଦିଆଯାଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇନପାରି ପଡି ରହିଥିବା ପ୍ରକାଶ କରିଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟବେକ୍ଷକ ଚିତରଂଜନ କର୍ଣ୍ଣ,ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ, ଯୁବନେତା ଅବକାଶ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ,ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଓ କଣ୍ଟାମାଳ ବ୍ଳକ ଅଧ୍ୟକ୍ଷା ସସ୍ମିତା ସେନାପତି,ବିସିସିବି ସଭାପତି ଅରୁଣ ପ୍ରଧାନ ସମେତ ବିଜେଡି ର ଶହ ଶହ ସଂଖ୍ୟାରେ କର୍ମୀ, ସରପଞ୍ଚ,ସମିତିସଭ୍ୟ ଓ ଦଳୀୟ କାର୍ଯ୍ୟର୍କାମାନେ ଯୋଗ ଦେଇଥିଲେ ।
Recent Comments