କଣିହାଁ,୮/୧୧/୨୦୨୪ (ଆଧାର ମିଡ଼ିଆ)ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନମଣ୍ଡଳୀ କଣିହାଁ ବ୍ଲକର ଜୋନ ସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା ରେଙ୍ଗାଳି ଠାରୁ ମଙ୍ଗଳ ବାର ଆରମ୍ଭ ହୋଇ ଯାଇଛି ।ବିଜୁଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ୦୮ ନମ୍ବର ଜୋନ ସ୍ତରୀୟ ର ରେଙ୍ଗାଳି ଠାରୁ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ରେ କଣିହାଁ ବ୍ଲକ ବିଜେଡି ସଭାପତି କୈଳାସ ଚନ୍ଦ୍ର ସାହୁ ଓ ସାଧାରଣ ସମ୍ପାଦକ ହିମାଚଳ ପଣ୍ଡା ଙ୍କ ନେତୃତ୍ଵ ନେଇ ଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପାଳଲହଡା ପୂର୍ବତନ ବିଧାୟକ ମୁକେଶ କୁମାର ପାଳ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଅତିଥି ଶ୍ରୀ ପାଲା ଉଦଘାଟନ କରିଥିଲେ l ସମ୍ବଲପୁର ଛକ ଠାରୁ ତାରିଣୀ ମନ୍ଦିର, ବଜାର ଛକ ପର୍ଯ୍ୟନ୍ତ ପଥ ପ୍ରାନ୍ତ ସଭା କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ବିଫଳତା ନାରୀ ନିର୍ଯାତନା ପ୍ରସଙ୍ଗ ଓ ଗରିବ ହିତାଧିକାରୀ ମାନଙ୍କୁ ଚାଉଳ ବଣ୍ଟନ ଅନିୟମିତତା ଅଭିଯୋଗ ପ୍ରସଂଗ କୁ ଜନସାଧାରଣଙ୍କ କୁ ସଚେତନତା କରିଥିଲେ l କନ୍ଧମାଳ ମାଳ ଅଞ୍ଚଳରେ ତିନି ମାସ ହେଲା ଖାଉଟି ସାମଗ୍ରୀ ନ ଦେବା ଦ୍ଵାରା ଗରିବ ଲୋକ ମାନେ ଆମ୍ବ ଟାକୁଆ ଖାଇ ସ୍ୱାସ୍ଥ୍ୟ ପରିସ୍ଥିତି ଭୟଙ୍କର ହେଉଥିବା ଯୋଗୁ ପୂର୍ବତନ ବିଧାୟକ ଶ୍ରୀ ପାଲ ଭାଜପା ସରକାର ଙ୍କୁ କୋଠାର ସମାଲୋଚନା କରିଥିଲେ l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସଫଳତା ଓ ବିଭିନ୍ନ ପ୍ରକାର ଜନହିତକର ଯୋଜନା କୁ ହିତାଧିକାରୀ ମାନେ ଉପଯୋଗ କରୁ ଥିବାର ଜନ ସମ୍ପର୍କ ପଦଯାତ୍ରା ସାଧାରଣଙ୍କୁ ସଚେତନତା କରାଯାଇଥିଲା।ଏହିକାର୍ଯ୍ୟକ୍ରମ ରେ କଣିହାଁ ବ୍ଲକ ବିଜେଡି , ଉପସଭାପତି ଦଣ୍ଡଧର ବିଶ୍ୱାଳ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ,ଜିଲ୍ଲା ପରିଷଦ ଉପାଧକ୍ଷା ରଶ୍ମିତା ସେଠି, ପାଳଲହଡା ବିଜେଡି ସଭାପତି ଗଙ୍ଗାଧର ଜିତ,ଜିଲ୍ଲା ସମ୍ପାଦକ ଝସକେତନ ପ୍ରଧାନ ଜିଲ୍ଲା ଉପସଭାପତି ଲଷ୍ମୀଧର ବିଶ୍ୱାଳ, ପାଳ ଲହଡା ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସୁବାଷ ମହାନ୍ତି,,ବ୍ଲକ ଯୁବ ସଭାପତି ଗଗନ ରାଉତ, ଛାତ୍ର ସଭାପତି ସଞ୍ଜୟ ମାଝୀ ରେଙ୍ଗାଳି ସମିତି ସଭ୍ୟ ଦେବାଶିଷ ମହାନ୍ତି ବଜ୍ରକୁଟ ସମିତି ସଭ୍ୟ ସୀମାଚଳ ପଣ୍ଡା, ସରପଞ୍ଚ ପ୍ରଦୀପ କୁମାର ସାହୁ, କୁଳମା ସମିତି ସଭ୍ୟ ସରୋଜ ନାଏକ, ସରପଞ୍ଚ ଦୀପି ବେହେରା ବାଲିପଶି ସରପଞ୍ଚ ହାଡିବନ୍ଧୁ ସେଠି ସମସ୍ତ ପଞ୍ଚାୟତ ର ସଭାପତି ପ୍ରଦୀପ ଦାସ, ମହର୍ଗା ସ୍ୱାଇଁ, ଦୁଃଖବନ୍ଧୁ ବିଶ୍ୱାଳ, ପୁରୋଷୋତ୍ତମ ସାହୁ, ମହେଶ୍ୱର ସାମଲ, ପ୍ରଶାନ୍ତ ସାହୁ,ତଥା ବିଜୁଜନତା ଦଳ ପରିବାରର ସମସ୍ତ ଯୁବ ଛାତ୍ର ସକ୍ରିୟ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହୋଯାଗ କରିଥିଲେ।
Recent Comments