logo
add image
ଜାତୀୟ ଆଇନ ସେବା ଦିବସ ପାଳନ।

ଜାତୀୟ ଆଇନ ସେବା ଦିବସ ପାଳନ।

ବଲାଙ୍ଗିର,୦୯/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ- ଶରତ କୁମାର ମହାକୁର)ଆଜି ଗୋପୀନାଥ ମହାବିଦ୍ୟାଲୟର ସାହାଜବାହଲ ଠାରେ ଜାତୀୟ ଆଇନ ସେବା ଦିବସ ପାଳିତ ହେବା ସହିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଡକ୍ଟର ପବିତ୍ର ମୋହନ ସାମଲ,ଜିଲ୍ଲା ଆଇନ ସେବା ପ୍ରାଧିକରଣ,ବଲାଙ୍ଗିର, ସଚିବ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ,ରେଜିଷ୍ଟ୍ରାର୍ ସିଭିଲ୍ କୋର୍ଟ ବଲାଙ୍ଗିର ଶ୍ରୀଦୀପ ମିଶ୍ର, ଗୋପୀନାଥ ମହାବିଦ୍ୟାଲୟର ଅଧକ୍ଷ ପ୍ରେମାଧର ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଶିବିର ରେ ପ୍ରାଧିକରଣଙ୍କ ଅଧକ୍ଷ ଜାତୀୟ ଆଇନ ସେବା ଦିବସର ତାତ୍ପର୍ଯ୍ୟ ସରଳ ଭାବରେ ବୁଝାଇବା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ କିପରି ମାଗଣା ଆଇନ ସେବା ଯୋଗାଉଅଛି ତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ।ରେଜିଷ୍ଟ୍ରାର୍ ସିଭିଲ୍ କୋର୍ଟ ଲୋକ ଅଦାଲତର ଉପକାରିତା ସଂପର୍କରେ ସବିଶେଷ ବୁଝାଇଥିଲେ।ପ୍ରାଧ୍ୟାକରଣର ସଚିବ,ଆଇନ ସେବା ପ୍ରାଧ୍ୟାକରଣର କାର୍ଯ୍ୟକାରିତା ଓ ନିଶୁଳ୍କ ଆଇନ ସେବା ସଂଖ୍ୟା ୧୫୧୦୦ ର ଉପଯୋଗୀତା ଉପରେ ଅବଗତ କରାଇ ଥିଲେ।ଏଥିସହିତ ରଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣଙ୍କ ଥିମ ଗିତ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପାରା ଆଇନ ସେଚ୍ଛାସେବୀ ଶ୍ରୀମତୀ ବିଦ୍ୟୁତ୍ ଲତା ଖମାରୀ,ଶ୍ରୀମତୀ ତୁଲାବତୀ ମେହେର,ଶ୍ରୀ ଲକ୍ଷ୍ମଣ ମହାକୁର ଓ ଆଇନ ସେବା କର୍ମକର୍ତା ସାହାଜୋଗ କରିଥିଲେ।ସର୍ବଶେଷରେ ଏକ ରାଲି ବାହାରି ଅଂଚଳ ପରିଭ୍ରମଣ କରିଥିଲେ।

Recent Comments

Leave Comments

Top