logo
add image
ଅବସର ପ୍ରାପ୍ତ ଶିକ୍ଷକ ଙ୍କ ପରଲୋକ ରେ ଶୋକ।

ଅବସର ପ୍ରାପ୍ତ ଶିକ୍ଷକ ଙ୍କ ପରଲୋକ ରେ ଶୋକ।

କାକଟପୁର,୧୦/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ) କାକଟପୁର ବ୍ଲକ କଣ୍ଟାପଡ଼ା ଗ୍ରାମ ପଞ୍ଚାୟତ ର ତୁଳାମାଳ ଗ୍ରାମ ର ଅବସର ପ୍ରାପ୍ତ ଶିକ୍ଷକ ତଥା କାକଟପୁର ଅଞ୍ଚଳ ର ସାମ୍ବାଦିକ କାକଟପୁର ପ୍ରେସ କ୍ଳବ ର ବରିଷ୍ଠ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଙ୍କ ପିତା  ପଦ୍ମ ନାଭ ପଣ୍ଡା(୧୦୦)ବର୍ଷରେ ତାଙ୍କର ପରଲୋକ ହୋଇଯାଇଛି l ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ lସେ ଜଣେ ମିଷ୍ଠ ଭାଷୀ ପରୋପକାରୀ ଓ ଛାତ୍ର ବତ୍ସଳ ଥିଲେ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ପୁରୁଖା ଛାତ୍ର ମାନେ ତାଙ୍କ ବାସ ଭବନରେ ପହଁଚି ସ୍ୱର୍ଗତ ପଣ୍ଡା ଙ୍କ ଶେଷ ଦର୍ଶନ କରିଥିଲେ, କାକଟପୁର ପ୍ରେସ କ୍ଳବ ସଭାପତି କମଳ ଲୋଚନ ଦୀକ୍ଷିତ,ସମ୍ପାଦକ ଆଦିତ୍ୟ କୁମାର ରାଉତ,ମାନସ କୁମାର ଦୀକ୍ଷିତ,ଭାଗବତ ସ୍ୱାଇଁ,ପ୍ରଦୀପ କୁମାର ପଣ୍ଡା, ସନ୍ତୋଷ ଦାସ,ପ୍ରଦୀପ୍ତ କୁମାର ଦୀକ୍ଷିତ, ନିରଞ୍ଜନ ଦାସ,ଲୋକନାଥ ସ୍ୱାଇଁ,ଅକ୍ଷୟ ପ୍ରସାଦ ମହାନ୍ତି,ପ୍ରଶାନ୍ତ ଜେନା, ପ୍ରଭାସ ପୃଷ୍ଟି, ପ୍ରକାଶ ଦାସ ପ୍ରମୁଖ ତାଙ୍କ ପରିବାର କୁ ସମବେଦନା ଜଣାଇବା ସହିତ ତାଙ୍କ ମୃତ୍ୟୁ ନିକଟରେ ପୁତ୍ର କୃଷ୍ଣ, ବିଷ୍ଣୁ, ପୂର୍ଣ୍ଣ, ତିନି ବୋହୁ ନାତି ନାତୁଣୀ,ପରିବାର ବନ୍ଧୁବର୍ଗ ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀ  ଉପସ୍ଥିତ ଥିଲେ lତାଙ୍କର ଅନ୍ତିମ ସଂସ୍କାର ଗ୍ରାମ ସ୍ମସାନ ରେ ହୋଇଥିଲା।

Recent Comments

Leave Comments

Top