logo
add image
ଅଖିଳ ଭାରତ ଯୁବ ସଂଘର ଶାଖା ଉଦଘାଟିତ।

ଅଖିଳ ଭାରତ ଯୁବ ସଂଘର ଶାଖା ଉଦଘାଟିତ।

ଖୋର୍ଦ୍ଧା,୧୨/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ) ଅଖିଳ ଭାରତ ଯୁବ ସଂଘର ଏକ ଶାଖା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ନିକଟସ୍ଥ ପିଚୁକୁଳି ଠାରେ କମ୍ରେଡ ବସନ୍ତ କୁମାର ପାଇକରାୟଙ୍କର ନେତୃତ୍ୱ ରେ କମୁନିଷ୍ଟ ପାର୍ଟି ଅଫିସରେ ଉଦଘାଟିତ ହୋଇ ଯାଇଛି।ଏଥିରେ ଯୁବନେତା ସୁଧାକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ସମାଜରେ ଘଟୁଥିବା ଦୁରାଚାର,ବ୍ୟଭିଚାର,ଅନ୍ୟାୟ,ଅନୀତି,ସାମ୍ପ୍ରଦାୟିକତା ବିଦ୍ବେଷ ଓ ବେକାରି ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସରକାର ଙ୍କର ଦୃଷ୍ଟି ଆକର୍ଷଣ କରିବାପାଇଁ ଯୁବଶକ୍ତିର ଜରୁରୀ ଆବଶ୍ୟକତା ଅଛି,ଯୁବକ ମାନେ ହେଉଛନ୍ତି ସମାଜର ମୂଳଦୁଆ ଓ ସର୍ବଶକ୍ତିର ଆଧାର।କମ୍ରେଡ ଭଗତ ସିଂହ ଭଳି ନିର୍ଭିକ ସ୍ୱାଧୀନଚେତା ସାହାସୀ ହେବାପାଇଁ ଯୁବକ ମାନଙ୍କୁ ଆହ୍ବାନ ଦେଇଥିଲେ।ରାଜ୍ୟସ୍ତରୀୟ ନେତା ସୁରେଶ ପାଣିଗ୍ରାହୀ, ଯୁବନେତା ଅଖିଳଭାରତୀୟ ଯୁବସଂଘର ସେକ୍ରେଟାରୀ ପ୍ରଦୀପ ସେଠି,ବ୍ଳକ ସଭାପତି ବିଜୟ କୁମାର ମାନସିଂ,ଶିକ୍ଷକ ନେତା ସୁମନ୍ତ ଛୋଟରାୟ ପ୍ରମୁଖ ଆହ୍ବାନ ଦେଇଥିଲେ।ପରିଶେଷରେ ବସନ୍ତ ସେଠି ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ନିଖିଳ ଭାରତ ଯୁବ ସଂଗଠନର ବହୁ କର୍ମୀ ମାନେ ଯୋଗଦେଇଥିଲେ।

Recent Comments

Leave Comments

Top