logo
add image
ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର।

ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର।

ବଲାଙ୍ଗିର,୧୧/୧୧/୨୦୨୪(ଆଧାର ମିଡ଼ିଆ)ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଅଧକ୍ଷ ଡକ୍ଟର ପବିତ୍ର ମୋହନ ସାମଲଙ୍କ ତତ୍ୱାବଧାନ ରେ ଓଡିଶା ଆଦର୍ଶ ବିଦ୍ୟାଳୟ,ପଥରଚେପା ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି।ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲା ନ୍ୟାୟାଧିଶ (ପୋକ୍କୋ),ବଲାଙ୍ଗିର ଶ୍ରୀଯୁକ୍ତ ଗୋପବନ୍ଧୁ ଗଡନାୟକ ଯୋଗଦାନ ଦେଇ ପୋସ୍କ ଆଇନ ସଂବନ୍ଧରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ।ଜିଲ୍ଲା ଆଇନ ସେବା ପ୍ରାଧିକରଣ,ବଲାଙ୍ଗିର,ସଚିବ,ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ କିଶୋର ଅଧିନିୟମ ଓ ନାଗରିକଙ୍କର ମୌଳିକ ଅଧିକାର  ସହିତ ଛାତ୍ରଛାତ୍ରୀ ମାନଙ୍କର ରାଷ୍ଟ୍ରପ୍ରଗତିରେ ଥିବା ଭୂମିକା ଏବଂ ପ୍ରାଧିକରଣ ଦ୍ବାରା ଦିଆଯାଉଥିବା ମାଗଣା ଆଇନ ସେବା ସଂପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ।ଶ୍ରୀମତୀ ସସ୍ମିତା ବାରିକ୍ ଉପ ଆରକ୍ଷୀ ଅଧିକ୍ଷିକ,ବଲାଙ୍ଗିର ଉକ୍ତ ଆଇନ ଉପରେ ପୁଲିସ୍ ବିଭାଗର ଦାୟିତ୍ବ ଏବଂ କର୍ତବ୍ୟ ଓ ବିପଦ ଆସିବା ଆଗରୁ କିପରି ସତର୍କତା ଅବଲମ୍ବନ କରିବା ତାହା ସଂବନ୍ଧରେ ଆଲୋକପାତ କରିଥିଲେ।ଏହି ଶିବିର ସିଡବ୍ଲ୍ୟୁସି ର ସଭ୍ୟ ଏସ୍ ଲତାଶ୍ରୀ ସିଡବ୍ଲ୍ୟୁସି ର ଦାୟିତ୍ବ ଉପରେ ସୂଚନା ପ୍ରଦାନ କରିଥିଲେ।ଏହି ଶିବିରର ପରିଚାଳନା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ କ୍ଷମାନିଧି ଝାଙ୍କର କରିଥିଲେ।ଏଥିରେ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।ପରିଶେଷରେ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣଙ୍କ ଥିମ ଗିତ ପରିବେଷଣ କରାଯାଇଥିଲା ଓ ନିଶୁଳ୍କ ଆଇନ ସେବା ସଂଖ୍ୟା ୧୫୧୦୦ ର ପ୍ରଚାର ପ୍ରସାର କରାଯାଇଥିଲା।

Recent Comments

Leave Comments

Top